ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଅନୁଷ୍ଠିତ ହେଲା ବିଶାଳ ସାଇ ଭଜନ ସନ୍ଧ୍ୟା

ବାଣପୁର:- ଅଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶିରିଡ଼ି ସାଇ ମନ୍ଦିର ର ୧୧ ତମ ବାର୍ଷିକ ଉତ୍ସବ ଅବସରରେ ଶିରିଡ଼ି ସାଇ ଭଗବତୀ ଟ୍ରଷ୍ଟ, ବାଣପୁର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି ବିଶାଳ ସାଇ ଭଜନ ସନ୍ଧ୍ୟା। ଏହି ଉତ୍ସବ ଦୁଇଦିନ ଧରି କାର୍ଯ୍ୟକ୍ରମ ହୋଇ ଥିବା ବେଳେ ପଥମ ଦିନ ୨୩ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୬:୩୦ ମିନିଟ ସମୟରେ ସାଇ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ବାଣପୁର ନଗର ପରିକ୍ରମା କରିଥିଲା । ଆଜି ଦ୍ୱିତୀୟ ଦିନ ଅବସରରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ବିଶାଳ ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୫.୪୫ ମିନିଟ ସମୟର ଅତିଥି ଆଗମନ ସନ୍ଧ୍ୟା ୬.୦୦ ମିନିଟ ସମୟରେ ସାଇ ଆରତୀ ସନ୍ଧ୍ୟା ୬.୩୦ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଓ ସମାଜସେବୀ ସ୍ୱାଗତିକା ଜଗଦେବ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସନ୍ଧ୍ୟା ୭ ଘଟିକା ସମୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ତୁସି କୈର(ମୁମ୍ବାଇ), ମୋନାଲି ମଧୁସ୍ମିତା, ଆଲୋକ କୁଣ୍ଡୁ, କୁମାର ଦିଲ୍ଲୀପ ଙ୍କ ଦ୍ଵାରା ସାଇ ଭଜନ ପରିବେଷଣ ଓ କଥାବାଚକ ଡଃ ଆଦିତ୍ୟ ପାଢ଼ୀ ,ମନୋଜ ପ୍ରଧାନ ଏବଂ ଓଡ଼ିଶାର ବିଶିଷ୍ଟ ବାଦ୍ୟଯନ୍ତ୍ର କଳାକାର ମାନଙ୍କ ଦ୍ଵାରା ଭଜନାମୃତ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ରାତ୍ର ୮.୪୫ ମିନିଟ ଠାରୁ ଭଗବତ ପଦ ରେଣୁ ଆଶ୍ରିତ ଓ ସାଇ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିଲା।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ  ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

Sunil Chandra Nayak

ଜିଲ୍ଲା ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ

Sunil Chandra Nayak

ସବାନା ମେମରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

masiha

Leave a Comment

error: Content is protected !!