ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହାୟତା ଅପେକ୍ଷାରେ ପରିବା ଚାଷୀ 

କାମାକ୍ଷାନଗର (ମନିସ )24/2/23 ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟ ରେଢ଼ଙ୍ଗ ମୌଜା ରେ 8/9 ଏକର ଜାଗାରେ ଏକ ଯୁବ ଚାଷୀ ବିଭିନ୍ନ ପ୍ରକାରର ପନି ପରିବା ଚାଷକରି ପରିବାର ପତିପୋଷଣ କରିବା ସହିତ ଆଉ 14/15 ଜଣ ପରିବାର ଏହିଠାରୁ ପ୍ରତିପୋଷଣ ହେଉଛନ୍ତି । ସେଭଳି ଏକ ଚାଷୀ ଦୁଷ୍ମତ ସାହୁ ଆଜକୁ ତିନ ଚାରି ବର୍ଷ ହେଲା ଅଳ୍ପ କିଛି ଜାଗାରେ ପନିପରିବା ଚାଷ କରୁଥିଲେ । ହେଲେ ଏବେ 8/9 ଏକର ଜାଗାରେ ବିଭିନ୍ନ ପ୍ରକାରର ପନୀ ପରିବା ଚାଷ କରି ଦି ପଇସା ରୋଜଗାର କରିଥାନ୍ତି । ସବୁଠୁ ବଡ କଥା ହେଲା ସେ ଏହି କାମରେ 14/15 ଜଣ ଲୋକଙ୍କୁ କାମରେ ନିୟୋଜିତ କରିଛନ୍ତି । ଯାହା ଫଳରେ ଏହି 14/15 ଟି ପରିବାର ଏଠାରୁ ପୋଷକି ହେଇ ପାରୁଛନ୍ତି । ସେ ଏହି ଚାଷ କାମରେ 4/5 ଲକ୍ଷ ଟଙ୍କା ବିନିଯୋଗ କରି ଛନ୍ତି । ଆଶା ରଖିଛନ୍ତି ଭୁବନର ସମସ୍ତ ଅଞ୍ଚଳକୁ ପରିବା ଯୋଗାଇବା ପାଇଁ ହେଲେ ଏଠାରେ ବାଧକ ସାଜିଛି ଅର୍ଥ । ତେଣୁ ସରକାର ଙ୍କ ଠାରୁ କିଛି ସାହାଯ୍ୟ ସହଯୋଗ ମିଳିଲେ ସେ ଅଧିକରୁ ଅଧିକ ଚାଷ କରି ଦୁଇ ପଇସା ଲାଭ କରନ୍ତେ। ତେବେ ଦେଖିବାର ଅଛି ସରକାର କେବେ ସାହାଯ୍ୟ ସହଯୋଗ କରୁଛନ୍ତି ଏହି ସଫଳ ଯୁବଚାଷୀକୁ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବରଙ୍ଗପୁର ରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ 

masiha

Leave a Comment

error: Content is protected !!