ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବିଶାଳ ସାହିତ୍ୟ ଆସର

 ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ଓ ଖୋର୍ଦ୍ଧା ଜିଲ୍ଲା ସାହିତ୍ୟ ସଂସ୍କୃତି ବିଭାଗ ଓ ଉପ ବିଭାଗ , ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ଯସ୍ତରୀୟ ପୁସ୍ତକ ମେଳା ଓ ଏକ ମହୋତ୍ସବ ହାବିଳୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛନ୍ତି। ଉକ୍ତ ଉତ୍ସବର ଆଜିର ଚତୁର୍ଥ ଦିବସରେ ଆଲୋଚନାର ବିଷୟ ଓଡିଆ ଭାଷା ସାହିତ୍ୟ ର ବିକାଶ ଆଲୋଚନା ଚକ୍ର ସାହିତ୍ୟ ସାଂସ୍କୃତି ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଉଦଘାଟକ ପଦ୍ମଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଭାରତ ସରକାରଙ୍କର ପୂର୍ବତନ ସଚିବ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଦାସ ଖୋର୍ଦ୍ଧା ସାହିତ୍ୟ ସାଂସଦର ସଭାପତି ବିଶିଷ୍ଟ ଅତିଥି ଭାବେ। ଶ୍ରୀଯୁକ୍ତ ପର୍ଶୁରାମ ବେହେରା ଓ ଆର୍ତ୍ତତ୍ରାଣ ସାହୁ କବି ଆକାଶବାଣୀ କଣ୍ଠଶିଳ୍ପୀ ମୂଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ମିଶ୍ର ପ୍ରଭାସି ଓଡିଆ ବିକାଶ ସମିତି ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବାସୁଦେବ ସାହୁ ଡଃ ରଶ୍ମିତା କର,ଡଃ ନିକାନ୍ତି ଜଗଦେବ ଓ ପ୍ରତିଷ୍ଠାତା ବଳରାମ ତରାଇ ସମ୍ମାନିତ ଅତିଥି ଭାବେ ଲୋହିତ ନାରାୟଣ ମହାପାତ୍ର ଓ ଅନ୍ଯାନ୍ଯ ମଞ୍ଚ ପରିଚାଳନା,ସମ୍ମାନିତ ଅତିଥି ଶସ୍ମିତା ତରାଇ,ସୁରେଶ କୁମାର ମଲ୍ଲ ଓ ନମିତା ମଲ୍ଲ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାରମ୍ଭ କରାଯାଇଥିଲା। ପ୍ରତିଷ୍ଠାତା ସମସ୍ତ ଙ୍କୁ ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାକୁ ପୌରହିତ କରି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଦାସ ସଭାକୁ ଉଦବୋଧନ ଦେଇଥିଲେ। ଉଦଘାଟକ ଓଡିଆ ଭାଷା ସାହିତ୍ଯ ସଂସ୍କୃତି ଉପରେ ଅନେକ ଉପାଦେୟ ବାର୍ତ୍ତା ପ୍ରଦାନ କରିବା ସହିତ ମୂଖ୍ୟ ଅତିଥି ଖୋର୍ଦ୍ଧା ଜିଲ୍ଲା ପ୍ରଶାସକ ନିଷିଗନ୍ଧା ଭାଷା ପ୍ରତିଷ୍ଠାନକୁ ଭୂରି ଭୂରି ପ୍ରଶଂସା କରି ଥିବା ବେଳେ ମୂଖ୍ୟ ବକ୍ତା ଓଡିଆ ଭାଷା ଉପରେ ଆଲୋକପାତ କରିଥିଲେ। ଏନେଇ ଆୟୋଜିତ କବିତା ପାଠ ଉତ୍ସବରେ ୩୫ରୁ ଉର୍ଦ୍ଧ୍ବ କବି ଭାଗ ନେଇଥିଲେ ।

ମସିହା ନିଉଜ ସର୍ଭିସ୍

Related posts

ବଦଳିଲେ ଖଇରା ତହସିଲଦାର

masiha

ଭାରତ ରତ୍ନ ଡ ଆମ୍ବେଦକରଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

masiha

ଇସ୍ପାତ ନଗରୀ ରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

Sunil Chandra Nayak

Leave a Comment

error: Content is protected !!