ନାଉଗାଁ :-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିହୁଡା ମା ଜାଗୁଳାଇ ପୀଠରେ ଗୁରୁକୃପା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ସଂକୀତ୍ରନ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବେ ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥି,ବିଶିଷ୍ଟ ଅତିଥି ମହନ୍ତ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ,ସମ୍ମାନିତ ଅତିଥି ଭାବେ ମହେଶ କୁମାର ଚୌଧୁରୀ ଓ ଗୁରୁକୃପା କୁଟୀର ର ପ୍ରତିଷ୍ଠାତା ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ପ୍ରଥମେ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରି ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହି ଆଧ୍ୟାତ୍ମିକ ସମାରୋହ ଆରମ୍ଭ କରାଯାଇ ଥିଲା l ବାବା ସତ୍ୟାନନ୍ଦ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ବା ସହିତ ଏହି ଅଞ୍ଚଳ ର କିଛି ସୁନାମ ଧନ୍ୟ ବ୍ୟକ୍ତି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାମ୍ମନ୍ୱିତ କରାଯାଇଥିଲା l l ସମସ୍ତ ଅତିଥି ମାନେ ନିଜେ ନିଜର ଅଭିଭାଷଣ ରଖିବା ପରେ ମହାମହିମ ନିଜର ଅଭିଭାସଣ ମାଧ୍ୟମରେ ଗୀତା ଭାଗବତ ର ସାରାଂଶ ,ଅର୍ଜୁନ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ମହତ ପଣିଆ ବିଷୟ ରେ ଉପସ୍ଥିତ ଥିବା ଜନସାଧାରଣ କୁ ବୁଝାଇ ଥିଲେ l ମହା ମହିମ ଙ୍କ ଆଗମନ ଓ ବିଶାଳ ସମାବେଶ କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ର ଦେଖିବାକୁ ମିଳିଛି।