ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁକୃପା ମହୋତ୍ସବ, ଯୋଗ ଦେଲେ ମହା ମହିମ ରାଜ୍ୟପାଳ

ନାଉଗାଁ :-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିହୁଡା ମା ଜାଗୁଳାଇ ପୀଠରେ ଗୁରୁକୃପା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ସଂକୀତ୍ରନ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବେ ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥି,ବିଶିଷ୍ଟ ଅତିଥି ମହନ୍ତ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ,ସମ୍ମାନିତ ଅତିଥି ଭାବେ ମହେଶ କୁମାର ଚୌଧୁରୀ ଓ ଗୁରୁକୃପା କୁଟୀର ର ପ୍ରତିଷ୍ଠାତା ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ପ୍ରଥମେ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରି ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହି ଆଧ୍ୟାତ୍ମିକ ସମାରୋହ ଆରମ୍ଭ କରାଯାଇ ଥିଲା l ବାବା ସତ୍ୟାନନ୍ଦ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ବା ସହିତ ଏହି ଅଞ୍ଚଳ ର କିଛି ସୁନାମ ଧନ୍ୟ ବ୍ୟକ୍ତି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାମ୍ମନ୍ୱିତ କରାଯାଇଥିଲା l l ସମସ୍ତ ଅତିଥି ମାନେ ନିଜେ ନିଜର ଅଭିଭାଷଣ ରଖିବା ପରେ ମହାମହିମ ନିଜର ଅଭିଭାସଣ ମାଧ୍ୟମରେ ଗୀତା ଭାଗବତ ର ସାରାଂଶ ,ଅର୍ଜୁନ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ମହତ ପଣିଆ ବିଷୟ ରେ ଉପସ୍ଥିତ ଥିବା ଜନସାଧାରଣ କୁ ବୁଝାଇ ଥିଲେ l ମହା ମହିମ ଙ୍କ ଆଗମନ ଓ ବିଶାଳ ସମାବେଶ କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ର ଦେଖିବାକୁ ମିଳିଛି।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ରେ ସମସ୍ଯା ଜଣାଉଛନ୍ତି ମା ମାଉସୀ

ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!