ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ବଜେଟ୍ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରଖିଲେ ଜବାବ୍

ପିଲା କଣ ପଢୁଛି ଅଭିଭାବକ ମାନେ ଜାଣିପାରିବେ….

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ ଦିଆଯିବ । ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ୍ ବୁକରେ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକ ମାନେ ଜାଣିପାରିବେ ପିଲା କଣ ପଢୁଛି । ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର ।

ସେହିପରି ମନ୍ତ୍ରୀ କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ହେବ । ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବକୁ ପହଂଚିଛି । ମାର୍ଚ୍ଚ ୧୦ ରେ ମାଟ୍ରିକ ପରୀକ୍ଷା । ସଠିକ ଭାବେ ପରୀକ୍ଷା ପରିଚାଳନା ହେବ, କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା । ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି, କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବା କୁ ଚେତାବନୀ ଦେଇଛନ୍ତି । ଏକଥା ଆମ ନଜର କୁ ଆସିଛି । ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ ।

ସେହିଭଳି ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡିକରେ ଥିବା ଶିକ୍ଷକ ଅଭାବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡିକରେ ମାସ ଟିଚର ରିକ୍ରୁଟିମେଣ୍ଟ କରାଯିବ । ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

masiha

Leave a Comment

error: Content is protected !!