ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ଥିତି ପରଖିଲେ ବାୟୁସେନା ଅଧିକାରୀ, ସୁରକ୍ଷା ଦାୟିତ୍ବରେ ୩୩ ପ୍ଲାଟୁନ୍‌ ଫୋର୍ସ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ଥିତି ପରଖିଲେ ବାୟୁସେନା ଅଧିକାରୀ, ସୁରକ୍ଷା ଦାୟିତ୍ବରେ ୩୩ ପ୍ଲାଟୁନ୍‌ ଫୋର୍ସ

      ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଶନିବାର ବାୟୁସେନା ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ବାରିପଦାସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ହେଲିକ୍ୟାପ୍ଟର୍‌ ଅବତରଣ ନିମନ୍ତେ ଅସ୍ଥାୟୀ ୩ଟି ହେଲିପ୍ୟାଡ୍‌ ନିର୍ମିତ ହୋଇଛି। ବାୟୁସେନାର ଅଧିକାରୀମାନେ ସେଠାରେ ପହଞ୍ଚି ସ୍ଥିତି ପରଖିଥିଲେ। ରାଷ୍ଟ୍ରପତିଙ୍କ ହେଲିକ୍ୟାପ୍ଟର ଅବତରଣ ସହ କାରକେଡ୍‌ର କିପରି ସୁପରିଚାଳନା ହେବ, ସେ ସଂପର୍କରେ ପଶ୍ଚିମବଙ୍ଗର କୋଲେଇକୁଣ୍ଡାରୁ ଆସୁଥିବା ବାୟୁସେନାର ସ୍ୱତନ୍ତ୍ର ଅଧିକାରୀମାନେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ଓ ଅନୁଧ୍ୟାନ କରିଛନ୍ତି।

ହେଲିପ୍ୟାଡ୍‌ କଡ଼ରେ ଥିବା ଗଛ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ସୁରକ୍ଷା ନିମନ୍ତେ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପ୍ରତିଟି ଗସ୍ତସ୍ଥଳରେ ବରିଷ୍ଠ ପୁଲିସ ବିଭାଗର ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ଏସଆଇ ସମେତ ୫୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀ ନିୟୋଜିତ ରହିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ସୂଚରୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗସ୍ତସୂଚୀ ଅନୁଯାୟୀ, ନଭେମ୍ୱର ୨୦ତାରିଖରେ ଦିଲ୍ଲୀସ୍ଥିତ ପାଲାମ ଏୟାରପୋର୍ଟରୁ ଉଡ଼ାଜାହାଜ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରବେସ୍‌ରେ ପହଞ୍ଚିବେ। ପରେ ସେଠାରୁ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର୍‌ ଯୋଗେ ବାରିପଦାର ରିଜର୍ଭ ପୁଲିସ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ୧୧ଟା ୨୫ରେ ଅବତରଣ କରିବେ। ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ସଡ଼କ ପଥରେ କୁଳିଅଣା ବ୍ଲକରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିବେ। ପରେ ସେଠାରୁ ବାହାରି ବାରିପଦା ସର୍କିଟ୍‌ ହାଉସରେ ମଧ୍ୟାହ୍ନଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ଣରେ ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ।

   ରାଇରଙ୍ଗପୁର ଡାକବଙ୍ଗଳାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିଶ୍ରାମ ନେବେ। ସେହିପରି ୨୧ତାରିଖ ସକାଳ ୮ଟାରେ ବାସଭବନରୁ ବାହାରି ନିଜ ଶାଶୂଘର ପାହାଡ଼ପୁରରେ ପହଞ୍ଚି ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଉଦ୍‌ଘାଟନ କରିବେ। ପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ।

  ସେଠାରୁ ବାହାରି ବାଦାମପାହାଡ଼ ରେଳ ଷ୍ଟେସନ୍‌ରେ ପହଞ୍ଚି ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ଼ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିସହ ବାଦାମପାହାଡ଼ ଅମୃତ ରେଳଷ୍ଟେସନ୍‌ର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନ୍‌ ଉଦ୍‌ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି। ପରେ ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ୱଲପୁର ଅଭିମୁଖେ ଯାତ୍ରା କରିବେ।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

Sunil Chandra Nayak

ଓଡ଼ିଶାରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ,‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

Sunil Chandra Nayak

ପୁରୁଷ ବିଶ୍ଵକପ ହକି ଅୟୋଜନ ପାଇଁ ସର୍ବାଦଳୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort