ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନଟିଏ ସ୍କୋର କାର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶୁଭଶ୍ରୀ

ଜୁନାଗଡ଼,୨୫/୨(ମ ନି ସ) କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଅନୁଷ୍ଠିତ ଏନଟିଏ ( ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ) ସ୍କୋର୍ କାର୍ଡ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଚାରବାହାଲ ଗ୍ରାମର ଶୁଭଶ୍ରୀ ନନ୍ଦିତା କୃତକାର୍ଯ୍ୟ ହୋଇଛନ୍ତି। ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେ ସୈନିକ ସ୍କୁଲରେ ପଢ଼ିବାର ସୁଯୋଗ ପାଇବେ। ଛାତ୍ରୀ ମାନଙ୍କୁ ସୈନିକ ସ୍କୁଲରେ ପଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ଜାତୀୟ ସ୍ତରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚାରବାହାଲ ନରେଶ କୁମାର ଚଲାନ ଓ ନନ୍ଦିନୀ ଚଲାନଙ୍କ ସୂପୁତ୍ରି ହେଇଛନ୍ତି ଶୁଭଶ୍ରୀ। ଏହାସହ ସାମ୍ୱାଦିକ ରବି ନାରାୟଣ ଚଲାନଙ୍କ ଝିଆରୀ। ସେ ବର୍ତ୍ତମାନ୍ ଭବାନୀପାଟଣା ର ଏକ ଘରୋଇ ଆବାସିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ

Sunil Chandra Nayak

49 ତମ ଦୁର୍ଗା ପୂଜା ଉପଲକ୍ଷେ କେନ୍ଦୁମୁଣ୍ଡି ରେ ଡ୍ୟାନ୍ସ ଧମାକା 

Sunil Chandra Nayak

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ” ଛତୁଚାଷ ପାଇଁ ସମନ୍ବିତ ପଦ୍ଧତି ” ଦୁଇଦିନିଆ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!