ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘରୁ ଡାକି ନେଇ ମାଓବାଦୀ ଯୁବକଙ୍କୁ ହତ୍ୟା ଘଟଣା ,ପରିବାରକୁ ୪ ଲକ୍ଷର ଚେକ ପ୍ରଦାନ କଲେ ଡ଼ିଆଇଜି

ନବରଙ୍ଗପୁର-(ମସିହା) ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପୋଲିସ ଥାନା ପରିସରରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଇଘର ହାତୀଗାଁରେ ଘଟିଥିବା ହତ୍ୟା ଘଟଣା ବିଷୟରେ ସୂଚନା ଦେଇଥିଲେ ।ସୂଚନା ଥାଉକି ଗତ ୨୩ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁର ଚନ୍ଦନ ମଲ୍ଲିକଙ୍କୁ ମାଓବାଦୀ ମାନେ ପୋଲିସ ଇନଫର୍ମର ଭାବି ହତ୍ୟା କରିଛନ୍ତି । ପରିବାର ସହ ଖାଇ ବସିଥିବା ବେଳେ ୩୦ ରୁ ଅଧିକ ମାଓବାଦୀ ଆସି ଚନ୍ଦନକୁ ଡାକି ନେଇ ଥିଲେ । ଗାଁର ଏକ ପଡ଼ିଆରେ ହତ୍ୟା କରି ଫିଙ୍ଗି ଦେଇଥିଲେ । ହତ୍ୟା ପରେ ପୋଷ୍ଟର ରେ ଲେଖିଥିଲେ ଏହି ହତ୍ୟା ପାଇଁ ନବରଙ୍ଗପୁର ଏସପି ,ଛତିଶଗଡ଼ ସ୍ଥିତ ଗରିଆବନ୍ଧ ଏସପି ଓ ପୋଲିସ ର ଖୁପିଆ ବିଭାଗ ଦାୟୀ ବୋଲି ଲେଖିଥିଲେ ।ଏହାକୁ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ବିଷୟରେ ସୂଚନା ଦେଇଛନ୍ତି । ଚନ୍ଦନ ମଲ୍ଲିକ ଜଣେ ନିରୀହ ଯୁବକ ଅଟେ ,ସେ କୌଣସି ପୋଲିସ ଇନଫର୍ମର ନ ଥିଲା । ମାଓବାଦୀ ମାନେ ଏକ ନିରୀହ ଯୁବକକୁ ହତ୍ୟା କରିଛନ୍ତି ଏଥିପାଇଁ ପୋଲିସ ବିଭାଗ ବହୁତ ଦୁଃଖିତ ବୋଲି କହିଛନ୍ତି । ପୋଲିସ ଇନଫର୍ମର ଭାବି ମାଓବାଦୀ ଙ୍କ ଦ୍ଵାରା ହତ୍ୟା ହୋଇଥିଲା। ଚନ୍ଦନ ଙ୍କ ପରିବାରକୁ ଡ଼ିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଘରେ ଯାଇ ୪ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହ ନିୟୁଜ୍

Related posts

ବନପାଲ ରମେଶ ପଣ୍ଡା ଙ୍କ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ , ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ

masiha

ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

ନୂଆପଡ଼ା ରେ ମାଓବାଦୀଙ୍କ ବଡ଼ ଚକ୍ରାନ୍ତ ବିଫଳ : ପୋଲିସ-ସିଆରପିଏଫର ମିଳିତ ଅପରେସନରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

Leave a Comment

error: Content is protected !!