ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷା ନଗର ମହାବିଦ୍ୟାଳୟ ରେ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେ଼ଙ୍କାନାଳ(ମ ସୀ ହା)୨୬/୦୨ // କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ସମ୍ମାନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଙ୍ଗୁଳୁ ନାୟକ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ ତମ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ,ମୂଖ୍ୟ ବକ୍ତା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥି ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ,ସମ୍ମାନିତ ଅତିଥି ମାନ୍ୟବର ଵ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ ଏଵଂ ସମ୍ମାନିତ ଅତିଥି ମାନନୀୟ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ସାହୁ ଯୋଗଦେଇ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ଶୋଭା ଵର୍ଦ୍ଧନ କରିଥିଲେ।

ମାନ୍ୟବର ମନ୍ତ୍ରୀ ମହୋଦୟ ଉକ୍ତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ କାମାକ୍ଷାନଗର ମହାବିଦ୍ୟାଳୟକୁ ଗଢି ତୋଳିଵାରେ ଯେଉଁ ମାନଙ୍କର ଅବଦାନ ଅନନ୍ୟ ଭୂମିକା ରହିଥିଲା ସେହି ମହାପୁରୁଷ ସ୍ଵର୍ଗତ ଗୀରିଷ ନନ୍ଦ ଏବଂ ସ୍ଵର୍ଗତ ବିରଞ୍ଚି ନାରାୟଣ ନନ୍ଦଙ୍କ ଉଦ୍ଦେଶ୍ୟରେ ସମ୍ମାନ‌ ଜଣାଇଥିଲେ ଯାହାକି ଅତ୍ୟନ୍ତ ଭାଵ ଉଦ୍ରେକକାରୀ ଥିଲା ।

କାମାକ୍ଷାନଗର ମହାବିଦ୍ୟାଳୟ ତରଫରୁ କନ୍‌ଭେନର ଲିପୁନ ପଣ୍ଡାଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ମାନ୍ୟ ଗଣ୍ୟ ଅତିଥି ମାନଙ୍କୁ ଭଵ୍ୟତାର ସହ ସ୍ଵାଗତ କରିଥିଲେ । ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମିଶ୍ର ଅତି ଚମତ୍କାର ଢଙ୍ଗରେ ଇଂରାଜୀ ଭାଷାରେ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଉପଦେଷ୍ଟା ଶ୍ରୀଯୁକ୍ତ ଶ୍ରୀକାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟଵାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶ୍ରୀମତୀ ସୁଭାଷିନୀ ସାଠୁଆ ମହାପାତ୍ର ଓ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଡ଼ ପ୍ରଶନ୍ନ କୁମାର ନାୟକ । ପରେ ପରେ ମାନ୍ୟବର ଅତିଥି ଗଣ କୃତି ଏନ୍.ସି.ସି କ୍ୟାଡେଟ୍ ମାନଙ୍କୁ ପୁରସ୍କୃତ କରିଥିଲେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଗୋପେଇ ଗ୍ରାମର ପୁଅ ଜ୍ୟୋତିରଞ୍ଜନ ମହାନ୍ତି

masiha

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଅସୁରକ୍ଷିତ

masiha

ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭହେଲା ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ : 656 ନୂତନ ଭାବେ ମଞ୍ଜୁର ହୋଇଛି ଭତ୍ତା

masiha

Leave a Comment

error: Content is protected !!