ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ , ମୁନିଗୁଡ଼ାକୁ ହରାଇ ଜୟପାଟଣା ବିଜୟୀ

ଲାଞ୍ଜିଗଡ଼,୨୬/୦୨(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ଦୁର୍ଗାମଣ୍ଡପ ପଡ଼ିଆରେ ବିଶ୍ବନାଥପୁର ବ୍ୟାଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଫାଇନାଲ ମ୍ୟାଚ୍ ସହିତ ଉଦଯାପିତ ହୋଇଯାଇଛି ! ଗତକାଲି ଉଦଘାଟିତ ହୋଇଥିବା ଏଇ ପ୍ରତିଯୋଗିତାରେ ୨୪ ଦଳ ଭାଗ ନେଇଥିବାବେଳେ ପ୍ରଥମ ଦିନରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଥିଲା ! ସେହିପରି ଆଜି କ୍ବାର୍ଟର ଫାଇନାଲ୍ ଓ ସେମି ଫାଇନାଲ୍ ମ୍ୟାଚ୍ ପର୍ଯ୍ୟାୟ ଶେଷ ହେବା ପରେ ଜୟପାଟଣା ଓ ମୁନିଗୁଡ଼ା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁନିଗୁଡ଼ା ଟିମ୍ କୁ ଜୟପାଟଣା ଟିମ୍ ୨୧-୧୯ ପଏଣ୍ଟରେ ହରାଇ ବିଜୟ ଲାଭ କରିଥିଲେ ! ଏହାପରେ ଅନୁଷ୍ଠିତ ଉଦଯାପନୀ ଓ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ପ୍ରଦୀପ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ମନୋଜ ପାଣିଗ୍ରାହୀ, କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନର ସଂପାଦକ ସନ୍ଦୀପ ମିଶ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ବିଜେଡି ନେତା ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ନର୍ଲା ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ରବୀନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଦେବଦତ୍ତ ମିଶ୍ର, ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରେଶ୍ବର ପ୍ରଧାନ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସଭାପତି ନୀଲେଶ କୁମାର ନାଗ, ସଂପାଦକ ଗୋପାଳଦାସ ମହାନନ୍ଦ, ଉପଦେଷ୍ଟା ବି. ତ୍ରିପତି ପାତ୍ର, ସନ୍ତୋଷ କୁମାର ତୁଳ, ବଣିକ ସଂଘର ସଭାପତି ପ୍ରମୋଦ ଗୋୟଲ୍, ଉପେନ୍ଦ୍ର ସାହୁ, ଓଡ଼ିଶା ମୋ ପରିବାର ସହାୟତା କେନ୍ଦ୍ରର ସଦସ୍ୟ ହିମାଂଶୁ ନାଏକ ପ୍ରମୁଖ ଯୋଗ ଦେଇଥିଲେ ! ରେଫରୀ ଭାବେ ରବୀନ୍ଦ୍ର କୁମାର ସାହୁ, କିଶୋର କୁମାର ଘଡ଼େଇଙ୍କ ସମେତ ସ୍କୋରର ଭାବେ ପିଣ୍ଟୁ ବିଶି, ଆଶିଷ ଶତପଥୀ, ସୁକେଶ ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ ! ବିଶ୍ବନାଥପୁର ବ୍ୟାଡମିଣ୍ଟନ ଏସୋସିଏସନ୍ ର ସଭାପତି ଗଣେଶ ବେହେରା, ଉପସଭାପତି ଆଲୋକ ଦେହୁରୀ, ରଞ୍ଜନ ସାମଲ, ସାଧାରଣ ସମ୍ପାଦକ ଧବଳେଶ୍ଵର ଠେଲା, ସହ ସମ୍ପାଦକ ସୁଜିତ ପାତ୍ର, କୋଷାଧ୍ୟକ୍ଷ ପ୍ରଣବ ପୃଷ୍ଟି, ସହ କୋଷାଧ୍ୟକ୍ଷ ରିଙ୍କୁ ପ୍ରଧାନୀ, ସଦସ୍ୟ ସନ୍ତୋଷ ପାତ୍ର, ସଞ୍ଜିବ ସାହୁ, ଅଞ୍ଜିବ ସାହୁ, ବିଶ୍ଵଜିତ ମହାପାତ୍ର, ଧିରଜ ଦାସ, କାଳିଆ, ପ୍ରିନ୍ସ, ଅଜିତ ପାତ୍ର, ଆକାଶ ସାହୁ, ସ୍ବାଧୀନ ପାତ୍ର, ବାବୁ, ବୀରେନ ନାୟକ, ପ୍ରସାଦ ବେହେରା, ପିଣ୍ଟୁ ପ୍ରଧାନୀ, ସିପୁନ ଘଡ଼େଇ, ସୁକେଶ, ଚିନ୍ତା, ପବିତ୍ର ବେହେରା, ସୋୟାଂଶୁ, ବିଭୁ, ନରେନ୍ଦ୍ର ବେହେରା, ଆଶିଷ, ଭୋଳା, ପିଙ୍କୁ ପ୍ରମୁଖ ପ୍ରତିଯୋଗିତାର ପରିଚାଳନା କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

masiha

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

Sunil Chandra Nayak

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

masiha

Leave a Comment

error: Content is protected !!