ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୩ରେ ରାଉରକେଲା ଦିବସ

 ରାଉରକେଲା/ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୩ତାରିଖ ଦିନ ସଂଧ୍ୟା ବେଳେ ସେକ୍ଟର ୧୭ ପଡିଆ ଠାରେ ଅଷ୍ଟମ ରାଉରକେଲା ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି । ଏନେଇ ସେକ୍ଟର ୪ ସ୍ଥିତ ପୂତ୍ତବିଭାଗର ଡାକବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କାନଭାସର ମୁଖ୍ୟ ସୁରେଶ ପ୍ରଧାନ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ରାଉରକେଲା ର ଐତିହ୍ୟ ଓ ସଂସ୍କୃତିର ଗରିମାକୁ ବଂଚାଇ ରଖିବା ସହ ସହରକୁ ବିଭିନ୍ନ କ୍ଷେତ୍ରରେ ସୁନାମ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କ୍ରମରେ ଓଡିଶା ଟେଲିଭିଜନର ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡା ଙ୍କୁ ଉତ୍କଳ ରତ୍ନ, ସମ୍ବଲପୁର ର ଜଣାଶୁଣା ମାନବସେବାରେ ବ୍ରତୀ ଡାକ୍ତର ଶଙ୍କର ରାମଚନ୍ଦ୍ରାନି ଙ୍କୁ ଓଡିଶା ଗୌରବ,କ୍ରୀଡାବିତ୍ ନଟରାଜ ବେହେରା ଙ୍କୁ ରାଉରକେଲା ରତ୍ନ, ରାଜୀବ ସିଂ ଙ୍କୁ ରାଉରକେଲା ଯୁବ ପ୍ରତିଭା, ସହରର ଏକ ପ୍ରମୁଖ ସାମାଜିକ, ସାଂସ୍କୃତିକ ତଥା ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାରକୁ ରାଉରକେଲା ଗୌରବ ଏବଂ ସ୍ବର୍ଗତ ରମେଶ ବଳ ଓ ମନୋଜ ପ୍ରଧାନ ଙ୍କୁ ମରଣୋତ୍ତର କାନଭାସ ସମ୍ମାନରେ ସମ୍ମାନିତ କରାଯିବ । ଏହି ଅବସରରେ ହାସ୍ୟ ଅଭିନେତା ପପୁ ପମପମ, ଗୀତିକାର ପଞ୍ଚାନନ ନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶୁଭାଶିଷ ମହାକୁଡ, ପ୍ରଭୁପାଦ ମହାନ୍ତି, ଚିରାଗଦୀପ ପଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଶ୍ରୀ ପ୍ରଧାନ ରାଉରକେଲା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁଧୀର ସୁନ୍ଦରରାୟ, ମିଟୁ ବେହୁରିଆ, ଲିଟୁ ପୁହାଣ, ଜିତୁ ଦାସ, ସୁରେଶ ମାଝୀ, ରବି ଦାସ, ସନ୍ତୋଷ ବିଶ୍ବାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ କର୍ମଚାରୀମାନେ କଳା ଵ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ

ଡାବୁଗାଁ ରୁ ବୋରିଗାଁରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଚୁକ୍ତି ସ୍ୱାକ୍ଷରିତ

ସାମାନ୍ୟ ଝଡ଼ ପବନରେ ଷ୍ଟାଚ୍ୟୁ ଧରାଶାୟୀ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବି

Sunil Chandra Nayak

Leave a Comment

error: Content is protected !!