ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

 ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଏଥି ମଧ୍ୟରେ ଆଜି ନବରଙ୍ଗପୁର ଏକ ଇତିହାସ ସୃଷ୍ଟି କରିବା ଦୃଷ୍ଟିଗୋଚର ଆସିଛି । ଇତିହାସରେ ପ୍ରଥମ ଥର ପାଇଁ କିନ୍ନର ଙ୍କୁ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କିନ୍ନର ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦେଇଥିବା ପ୍ରତିଶୃତି ଅନୁଯାୟୀ ଜିଲ୍ଲା ର କିନ୍ନର ମାନେ ଶ୍ରମିକ ପରିଚୟ ପତ୍ର ପାଇଥିବାରୁ ଜିଲ୍ଲା କିନ୍ନର ସଙ୍ଘର ସମସ୍ତ ସଦସ୍ୟ ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜିଲ୍ଳା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ଙ୍କ କରକମଳରେ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କିନ୍ନର ସଙ୍ଘର କାର୍ଯ୍ୟନିର୍ବାହୀ ସଭ୍ୟ କୃଷ୍ଣ ପ୍ରସାଦ ରଥ ଉପସ୍ଥିତ ଥିଲେ। ଏପରି ଏକ ମହାନ କାର୍ଯ୍ୟରେ ସହଯୋଗ କରିଥିବାରୁ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଏ. ସୁରେଶ , ଅନ୍ୟତମ ସହାୟକ ଶିବ କେଶବ , ସୁରେଶ ମହାନ୍ତି ଏବଂ ଠିକାଦାର ଆଶିଷ କୁମାର ପଟ୍ଟନାୟକ ଙ୍କୁ ସଙ୍ଘ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମନ୍ୱୟ ଅଧିକାରୀ ମୋହନ କୁମାର ସମେଶ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏଥିରୁ ଜଣା ପଡୁଛି ଯେ ନବରଙ୍ଗପୁର ଜିଲ୍ଲାର କଣେ କଣେ ଥିବା କିନ୍ନର ମାନଙ୍କର ସୁରକ୍ଷା ଓ ସେହି କିନ୍ନର ମାନଙ୍କ ସମ୍ମାନ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ରଖି ଥିବାରୁ ନବରଙ୍ଗପୁର ଜିଲ୍ଲା ବୁଦ୍ଧିଜୀବି ଶ୍ରୀ ମିଶ୍ର ଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସା ମଧ୍ୟ କରିଥିବା ଦେଖା ଦେଇଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ

Related posts

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ

masiha

ଭବାନିପାଟଣାରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!