ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାନ୍ତି ଶୃଙ୍ଖଳା ର ସହ ଚାଲିଥିବା ବେଳେ ଭୋଟ ଗ୍ରହଣ ର ଶେଷ ସମୟରେ ସେହି ଗ୍ରାମର କେତେକ ଯୁବକ ବାଲଟ ପେପର ଛଡାଇ ନେଇଥିବା ଜଣାପଡିଛି।

 ଫୁଲବାଣୀ -:   କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମ ପଞ୍ଚାୟତ ର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନଂ ବୁଥ ରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳା ର ସହ ଚାଲିଥିବା ବେଳେ ଭୋଟ ଗ୍ରହଣ ର ଶେଷ ସମୟରେ ସେହି ଗ୍ରାମର କେତେକ ଯୁବକ ବାଲଟ ପେପର ଛଡାଇ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଏହି ୫ ନଂ ବୁଥରେ ଦଳପଡା ହରିଜନ ସାହି ଓ ଯାନୀ ସାହି ର ଭୋଟର ମାନେ ଭୋଟ ତାଲିକାରେ ନାମ ଥିଲା। ଏହି ବୁଥରେ ସେହି ଦୁଇ ସାହି ର ୧୯୦ ଜଣ ଙ୍କର ଭଟୋ ତାଲିକାରେ ନାମ ରହିଥିବା ବେଳେ ତହିଁ ମଧ୍ୟରୁ ୧୪୩ ଭୋଟର ନିଜର ପ୍ରାର୍ଥୀ ଚୟନ କରି ଭୋଟ ଦେଇ ସାରିଥିଲେଣି। ଶେଷ ପର୍ଯ୍ୟାୟରେ ଆଉ ୪୭ ଜଣ ଭୋଟର ମତ ଦାନ କରିବାର ଥିଲା । ଏହି ସମୟରେ ସେହି ଗ୍ରାମର କେତେକ ଯୁବକ ସେହି ୫ ନଂ ବୁଥ ଭିତରକୁ ଭୋଟ ଦେବା ବାହାନା ରେ ପଶି ଆସି ପ୍ରଥମ ପୋଲିଙ୍ଗ ଅଫିସର ଙ୍କ ହାତରୁ ଜର୍ଜବରଦସ୍ତ ଜିଲ୍ଲା ପରିଷଦ ବାଲାଟ ପେପର ୫୭ ଟି ଏବଂ ସମିତି ସଭ୍ୟ ବାଲାଟ ପେପର ୭ଟି ଛଡାଇ ନେଇ ପଳାଇ ଯାଇଥିଲେ । ବାଲାଟ ପେପର ଛଡାଇ ନେବା ଘଟଣାର ଖବରପାଇ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୂର୍ମୁ, ଖଜୁରିପଡା ଥାନା ଅଧିକାରୀ ଗେଲି କୁମାରୀ ସାହୁ,ତହସିଲଦାର ସ୍ୱପ୍ନିତା ନାୟକ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ,ପୋଲିସ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ବାଲାଟ ପେପେର ଜୋର ଜବରଦସ୍ତ ଛଡାଇ ନେଇଥିବା ଯୁବକ ମାନଙ୍କ ମଧ୍ୟରୁ ଜଣେ ଯୁବକ କୁ ପୋଲିସ କାବୁ କରିନେଇ ବାଲାଟ ପେପର କେଉଁଠି ରଖିଛନ୍ତିି, ଘଟଣାରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ,ପୋଲିସ ଯୁବକ କୁ ଅଟକ ରଖି ତଦନ୍ତ ଚଳାଇଥିବା ଘଟଣା ସ୍ଥଳରୁ ଜଣାପଡ଼ିଛି ।ପୁନଃର୍ବାର ବିଡ଼ିଓ ଖଜୁରିପଡା ଙ୍କର ନିର୍ଦ୍ଦେଶରେ ପୋଲିଙ୍ଗ ପ୍ରିଜାଇଡିଂ ଅଫିସର ଜିଲ୍ଲା ପରିଷଦ ଭଟୋ ଦାନ ବନ୍ଦ କରାଯାଇ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଙ୍କ ନିମନ୍ତେ ମତଦାନ ଆରମ୍ଭ ହୋଇଥିବା ଜଣାପଡିଛି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ।

Related posts

ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାଉଁଶ ତଳର ନିଆଁ 

Sunil Chandra Nayak

ମାଣବସା ଶେଷ ଗୁରୁବାର ସହ ଶେଷ ହେଲା କୋକସରା ଲକ୍ଷ୍ମୀପୂଜା

Sunil Chandra Nayak

Leave a Comment

error: Content is protected !!