ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ଡାବୁଗାଁ, ୨୭/୨ (ମ.ନି.ସ.)- ସୋମବାର ରାତ୍ର ପ୍ରାୟ ୮ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚିକିଲି ଗ୍ରାମ ନିକଟ ଆମ୍ବତୋଟା ମଧ୍ୟରେ ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଚିକିଲି ଗ୍ରାମ ନିକଟ ଅମ୍ବତୋଟା ମଧ୍ୟରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ରାଇସିଂ ଗାଣ୍ଡା (୩୭) ଓ ଧରମସିଂ ହରିଜନ (୪୫), ଦାଢିଆଗୁଡା ଗ୍ରାମର କମଳ ତନ୍ତୀ (୩୫), ମେଦନା ଗ୍ରାମର ଅମରସିଂ (୨୪) ଙ୍କୁ ଗିରଫ କରିଛି | ଏହାସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି, ୬ଟି ଗୋଟି ଏବଂ ୫୧୮୦ ଟଙ୍କା ଜବତ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ବିଜୟ କୁମାର ସାହୁ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ଏନେଇ ଥାନା କେସ ନଂ ୪୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୁଣି ସନ୍ଧେହରେ ହତ୍ୟା ଘଟଣା ୫ କୋର୍ଟ ଚାଲାଣ 

masiha

ନର୍ଲା ସ୍ଥିତ ଚିପୁଲ ନଳା ଠାରେ ଭବାନୀପାଟଣା ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ 

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳଙ୍କୁ ଲହୁ ଲୁହାଣ ଘଟଣାରେ -ବାଲି ମାଫିଆ ପିଣ୍ଟୁଆ ଗିରଫ

Sunil Chandra Nayak

Leave a Comment

error: Content is protected !!