ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ଡାବୁଗାଁ, ୨୭/୨ (ମ.ନି.ସ.)- ସୋମବାର ରାତ୍ର ପ୍ରାୟ ୮ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚିକିଲି ଗ୍ରାମ ନିକଟ ଆମ୍ବତୋଟା ମଧ୍ୟରେ ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଚିକିଲି ଗ୍ରାମ ନିକଟ ଅମ୍ବତୋଟା ମଧ୍ୟରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ରାଇସିଂ ଗାଣ୍ଡା (୩୭) ଓ ଧରମସିଂ ହରିଜନ (୪୫), ଦାଢିଆଗୁଡା ଗ୍ରାମର କମଳ ତନ୍ତୀ (୩୫), ମେଦନା ଗ୍ରାମର ଅମରସିଂ (୨୪) ଙ୍କୁ ଗିରଫ କରିଛି | ଏହାସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି, ୬ଟି ଗୋଟି ଏବଂ ୫୧୮୦ ଟଙ୍କା ଜବତ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ବିଜୟ କୁମାର ସାହୁ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ଏନେଇ ଥାନା କେସ ନଂ ୪୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମେଡିକାଲ ରିପ୍ରେଜେଣ୍ଟେଟିଭର ଘର ଭିତରେ ସନ୍ଦେହ ଜନକ ମୃତ୍ୟୁ : ହତ୍ଯା ସନ୍ଦେହ

Sunil Chandra Nayak

୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୫ ଯୁବକଙ୍କ ନାମରେ ମାମଲା

Sunil Chandra Nayak

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Sunil Chandra Nayak

Leave a Comment

error: Content is protected !!