ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକ ଆଇନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ

କୋକସରା:୨୭/୦୨ ତାଳୁକ ଆଇନ ସେବା ପ୍ରାଧିକରଣ କୋକସରା ପକ୍ଷରୁ ଶନିବାର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି । କୋକସରା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ତଥା ତାଳୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ୍ୟା ଶ୍ରୀମତୀ ରିତିକା ଜେନାଙ୍କ ତତ୍ୱାବଧାନରେ ପାଳିତ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ପୋଲିସ କର୍ମଚାରୀ ଓ କୋକସରା କୋର୍ଟର କାର୍ଯ୍ୟରତ ଆଇନଜୀବୀ ମାନେ ସାମିଲ ହୋଇ କୋକସରା ସହର ପରିକ୍ରମା କରି ଲୋକଙ୍କୁ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରି ଗାଡି ମୋଟର ଚଳାଇବା ପାଇଁ ସଚେତନତା କରିଛନ୍ତି। କାର୍ଯ୍ୟକ୍ରମରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ,ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଆଇନଜୀବୀ ଲଖିଧର ମେହେର, ଲକ୍ଷ୍ମୀକାନ୍ତ ଖମାରି, ପି ପି ଅଜିତ ପଟ୍ଟନାୟକ, ପ୍ରେମଲାଲ ସିଂ, ଜଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ 

Related posts

ଜେକେ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

କାମାକ୍ଷାନଗର ମହାବିଦ୍ୟାଳୟର ଜାତୀୟ ସେବା ପକ୍ଷରୁ ‘ମେରା ମାଟି ମେରା ଦେଶ’ ଅମୃତ ମହୋତ୍ସବ ପାଳିତ । ଅବସର ସୈନିକ ଓ ସ୍ଵାଧୀନତା ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ

masiha

ଲୋକକଳା ସାଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

masiha

Leave a Comment

error: Content is protected !!