ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ସେତୁ ଉପଦେଷ୍ଟାଙ୍କ ବିଭିନ୍ନ ବ୍ରିଜ କାର୍ଯ୍ୟ ପରିଦର୍ଶନ

ଚନ୍ଦାହାଣ୍ଡି-26/2(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ବିଭିନ୍ନ ନଦୀ ନାଳ ମଧ୍ୟରେ ଚାଲିଥିବା ବ୍ରିଜ କାର୍ଯ୍ୟ ତଦାରଖ ଓ ପରିଦର୍ଶନ ପାଇଁ ରାଜ୍ୟ ସରକାର ଙ୍କ ବିଜୁ ସେତୁ ଉପଦେଷ୍ଟା ଶରତ ଚନ୍ଦ୍ର ପାତ୍ର ଆଜି ଚନ୍ଦାହାଣ୍ଡି ଗସ୍ତ କରିଥିଲେ l ଗସ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା 3 କୋଟି 86 ଲକ୍ଷ ବ୍ୟୟରେ ନିର୍ମାଣ ହେଉଥିବା ଦଳବେଡା ପଂଚାୟତ କୋହରାପଡା କରlଡ଼ଙ୍ଗରି ବ୍ରିଜ ଓ 1 କୋଟି 76ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଫଟକି ଫଲସପାଣି ବ୍ରିଜ କାର୍ଯ୍ୟ ପରିଦର୍ଶନ କରିଥିଲେ l ସଚିନ ଅଗ୍ରୱାଲ ଉଭୟ କାର୍ଯ୍ୟର ଟେଣ୍ଡର ପାଇ କାର୍ଯ୍ୟ କରୁଥିବା ବେଳେ ଉକ୍ତ କାର୍ଯ୍ୟ ରାଜ୍ୟ ବିଜୁ ସେତୁ ଉପଦେଷ୍ଟା ଶ୍ରୀପାତ୍ର ପରିଦର୍ଶନ ସହ ଅଂଚଳରେ ଆବଶ୍ୟକ ରହିଥିବା ରାସ୍ତା,ବ୍ରିଜ କାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଖୁବ ଶୀଘ୍ର କରାଯିବ ବୋଲି ପ୍ରକାଶ କରିବା ସହ ଏହି ପରିଦର୍ଶନ ସମୟରେ ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ, ଓଏଲଆଇସି ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ,ସହକାରୀ ଏକଜୁକିଟିଭ ଯନ୍ତ୍ରୀ ଅଣ୍ଟନୀ କିସାନ, କନିଷ୍ଠ ଯନ୍ତ୍ରୀ ସାଲ୍ହାଇ ହେମ୍ବ୍ରମ ଓ ରବୀନ୍ଦ୍ର ଜେନା ଦଳବେଡା ସମିତି ସଭ୍ୟ ଟେକରାମ ମାଝୀ,ଫଟକି ସରପଞ୍ଚ ମଞ୍ଜୁ ମାଝୀ, ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ,ପୂର୍ବତନ ସରପଞ୍ଚ ହର ପୂଜାରୀ ପ୍ରମୁଖ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ପ୍ରସ୍ତୁତି କର୍ମଶାଳା ଉଦଯାପିତ 

Sunil Chandra Nayak

୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ (ବାଳକ ଓ ବାଳିକା) ସମାପନ ସମାରୋହ

Sunil Chandra Nayak

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

Sunil Chandra Nayak

Leave a Comment

error: Content is protected !!