ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲୁ ଷ୍ଟାର କ୍ରିକେଟ ଟୁର୍ଣ୍ଣlମେଣ୍ଟ ର ଉଦଯାପନ ଉତ୍ସବ 

ଢେଙ୍କାନାଳ(ମ ସୀ ହା) ୨୭/୦୨_ହିନ୍ଦୋଳ ବ୍ଲକ ସଂଜପଡାଗ୍ରାମ ପଂଚାୟତ ଘୁଡୁଘୁଡ଼ା ଗ୍ରାମର ପ୍ଲେ ଗ୍ରାଉଣ୍ଡରେ ଚାଲିଥିବା ବ୍ଲୁ ଷ୍ଟାର ଚ୍ୟାଲେଞ୍ଜ କପ ଉଦଜାପାନ ହୋଇଯାଇଛି. ଏହି ଉଦଯାପନୀ ମ୍ୟାଚରେ ଜୟ ଭୀମ ଟାଇଗର ଗାଲପଡା ଓ ଖାମଣା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ପ୍ରଥମେ ଭୀମ ଟାଇଗର କ୍ରିକେଟ କ୍ଳବ ଗାଲପଡା ଟସ ଜିତି ବ୍ୟାଟିଙ୍ଗ ନେବାର ନିଷ୍ପତି ନେଇଥିଲା. ଏବଂ ପନ୍ଦର ଓଭର ଖେଳି ଦୁଇ ଓଇକେଟ ହରାଇ ୧୪୫ରନ ସଂଗ୍ରହ କରିଥିଲା. ତାର ଜବାବରେ ଖାମଣା ଇଲେଭେନ ଷ୍ଟାର ପନ୍ଦର ଓଭର ଶେଷକରି ୯ଓଇକେଟ ହରାଇ ୧୩୩ରନ ସଂଗ୍ରହ କରିଥିଲା.ଖାମଣା ଇଲେଭେନ ଷ୍ଟାର ୧୨ରନ ପଛରେ ରହି ପରାଜୟ ହୋଇଥିଲା. ଓ ଭୀମ ଟାଇଗର କ୍ରିକେଟ କ୍ଳବ ଗାଲପଡା କୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇ ପାରିଥିଲା l ଏହି ଶୁଭ ଉଦୁଯାପନୀ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଆମ୍ବେଦକର ସେବା ସଂଗଠନ ର ସଭାପତି ଓ ସମାଜ ସେବୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାଏକ ମହୋଦୟ.ଅନ୍ୟତମ ସନ୍ମାନିତ ଅତିଥି ଭାବେ ଧୀମାନ ଚିତ୍ତ ଗୌତ୍ତମ ମହୋଦୟ.ସମାଜସେବୀ ଗୋବର୍ଧନ ଶେଖର ନାଏକ, ସମାଜସେବୀ ବନଜ ନାଏକ,ଓଡିଶା ଦଳିତ ଅଧିକାର ମଞ୍ଚର ହିନ୍ଦୋଳ ଶାଖା ର ସଭାପତି ଅନନ୍ତ ନାଏକ,ସମାଜସେବୀ ଓ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାଏକ ମହୋଦୟ. ଆମନା କ୍ଲଷ୍ଟର ସି ଆର ସିସି ଶ୍ରୀଯୁକ୍ତ ନରୋତ୍ତମ ନାଏକ,ସମାଜସେବୀ ମାୟାଧର ନାଏକ, ହିନ୍ଦୋଳର ବିଭିନ୍ନ ଆମ୍ୱେଦକର ସଂଗଠନ ର ସଦସ୍ୟ ଅଂଶଗ୍ରହଣ କରି ଗୌତମ ବୁଦ୍ଧ ଓ ବାବାସାହେବ ଆମ୍ବେଦକର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚଂପୀ୍ୟାନ ଓ ରନର୍ସ ଟିମିକୁ ପୁରସ୍କୃତ କରିଥିଲେ.ମ୍ୟାଚକୁ ପରିଚାଳନା କରିଥିଲେ ସୁନିଲ ନାଏକ ଓ ଅନିଲ ନାଏକ କନ୍ଦର୍ପ ନାଏକଧାରା ବିବରଣୀ ଦେଇଥିଲେ. ବ୍ଲୁ ଷ୍ଟାର ଚ୍ୟାଲେଞ୍ଜ କପ ର ସଭାପତି ଚନ୍ଦନ ନାଏକ ସଭାପରିଚାଳନା କରିଥିଲେ l କ୍ଳବର ସଦସ୍ୟ ସୁନିଲ ନାଏକ, ଭଗବାନ ନାଏକ, ପ୍ରଶାନ୍ତ ନାଏକ, ରୁଚିର ନାଏକ. ସିପୁନ ନାଏକ, ଦିଲୀପ ନାଏକ , ଗୋପାଳ ନାଏକ,ସିପୁନ ନାଏକ ,ମଦନ ନାଏକ,ଶିବନାରାୟଣ ନାଏକ, ଅର୍ଜୁନ ନାଏକ,ସୁଶାନ୍ତ ନାଏକ ଆଦି ସମସ୍ତ ସଦସ୍ୟ ଟୁର୍ନାମେଣ୍ଟର ପରିଚାଳନାରେ ସହଯୋଗ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

masiha

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

ସର୍ଵ ଭାରତୀୟ କରାଟେ ଚମ୍ପିୟାନସିପ୍ ରେ ନବରଙ୍ଗପୁର ଜିଲ୍ଲାର ସଫଳତା

Leave a Comment

error: Content is protected !!