ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ଯବସ୍ତା ଘେରରେ ସିମେଲପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଥୁଆମୁଳ ରାମପୁର:୨୮/୦୨- (ମନିସ):- ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାକୁ ଗୃରତ୍ବ ଦେଇ ପ୍ରାଧାନ୍ଯ ଦେଇ ଛତୁଫୁଟିଲା ଭଳି ବିଦ୍ୟାଳୟ ଗୁଡିକ ଖୋଲିବାରେ ବ୍ଯସ୍ତ ରହିଲେ ସେଅନୁସାରେ ବିଦ୍ଯାଳୟ ଗୁଡିକ ମଧ୍ୟ ଖୋଲି ଦିଆଗଲା।ବିଦ୍ଯାଳୟ ଗୁଡିକ ଖୋଲି ଦେଇ ବାଃବାଃ ମାରିଦେଲେ ସିନା, କିନ୍ତୁ ଅଧିକାଂଶ ସ୍ଥାନର ବିଦ୍ୟାଳୟ ଗୁଡିକର ପାରିପାର୍ଶ୍ବିକ ସ୍ଥିତକୁ ଅନୁଧ୍ୟାନ କଲେ ଜଣାପଡେ ଯେ ବିଦ୍ଯାଳୟ ଅବସ୍ଥା ଆଜି ଯାଏଁ ସୁଧୁରି ପାରିଲା ନାହିଁ। ଅନ୍ଯପକ୍ଷରେ ସରକାର ଏଦିଗରେ କେତେ ଯତ୍ନବାନ ଅଛନ୍ତି ତାହା ସହଜରେ ଅନୁମାନ କରା ଯାଇପାରେ। ବିଦ୍ୟାଳୟ ଗୁଡିକ ହେଉଛି ଜଣେ ଜଣେ ମନୁଷ୍ୟ ତିଆରି କାରଖାନା ସଦୃଶ୍ୟ ଓ ଏହା ସହିତ ଦେବ ମନ୍ଦିର ତୁଲ୍ୟ। ମାତ୍ର ଏହା ବଦଳରେ ଏବେ ଅନେକ ବିଦ୍ୟାଳୟ ଅସୁରକ୍ଷିତ ଭାବରେ ରହୁଅଛି। ପୁଣି ପାନୀୟ ଜଳ ଭଳି ସମସ୍ୟା କହିଲେ ନସରେ ଏହା ବ୍ଯତୀତ ବିଦ୍ୟାଳୟ ଗୁଡିକ ପାଚେରୀ ବିହିନ ଅବସ୍ଥାରେ ରହିଛି।ଯାହାଫଳରେ କୋମଳମତୀ ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ମଣୁନାହାଁନ୍ତି ଯେଉଁ ପ୍ରକାରରେ ବିଦ୍ୟାଳୟ ଗୁଡିକ ରହିବା କଥା ତାହା କରାଯାଇ ପାରିନାହିଁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତାହାହେଲା କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିମେଲିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।ଏହି ବିଦ୍ୟାଳୟରେ ୧୦୯ ଜଣ ଛାତ୍ରଛାତ୍ରୀ ବିଦ୍ଯାଧ୍ଯନ କରୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରୁଛନ୍ତି। ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରହିଛି। ବିଦ୍ୟାଳୟରେ ପାଚେରୀ ଅଧା ନିର୍ମାଣ ଅବସ୍ଥାରେ ରହିଅଛି ଏଯାବତ ପାଚେରୀ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇ ପାରିନାହିଁ। ନିକଟରେ ଏକ ଘଞ୍ଚ ଜଙ୍ଗଲ ରହିଅଛି। ଜଙ୍ଗଲ ର ପାଦଦେଶରେ ବିଦ୍ୟାଳୟ ଟି ଦଣ୍ଡାୟମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦେଇ ପାଚେରୀ ନିର୍ମାଣ କରାଇବା ଉଚିତ ରହିଥିଲେ ମଧ୍ୟ ଦୀର୍ଘ ଦିନରୁ ସେମିତି ପଛ ପଟଟି ଖୋଲା ମେଳା ଅବସ୍ଥାରେ ରହିଅଛି। କେବଳ ସାମ୍ମା ପାଖରେ ପାଚେରୀ ଥିଲେ ମଧ୍ୟ ପଛ ପାଖଟି ଖୋଲା ଅବସ୍ଥାରେ ରହିଥିବା ବେଳେ କିଛି ଡାଳପତ୍ର ଓ କଣ୍ଟାର ପାଚେରୀ ହିସାବରେ ବାଡ ଦେଇ କାମ ଚଳେଇ ଦେଇଛନ୍ତି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା କିଛି ଗରିବ ଲୋକ ମାନଙ୍କ ପିଲାହିଁ ଏଭଳି ବିଦ୍ୟାଳୟରେ ବିଦ୍ଯାଧ୍ଯନ କରିବାପାଇଁ ବାଧ୍ୟ ହେଉଛନ୍ତି। ସେମାନଙ୍କ ପାଇଁ ଆଉ ଅନ୍ଯ ଉପାୟ ନାହିଁ କାରଣ ସେମାନେ ଗରିବ ଜୀବନ ଭିତରେ କାଳାତିପାତ କରୁଛନ୍ତି। ତେଣୁ ସେମାନେ ଏଭଳି ଅସୁରକ୍ଷିତ ବିଦ୍ୟାଳୟ ମାନଙ୍କରେ ତାଙ୍କର ଛୋଟଛୋଟ ପୁଅଝିଅ ଙ୍କୁ ପାଠ ପଢେଇବା ପାଇଁ ବାଧ୍ୟ ହେଉଛନ୍ତି। ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି କି ଯେ,ଦୁର୍ଗମ ଅଞ୍ଚଳରେ ଥିବା କିଛି ବିଦ୍ୟାଳୟ କୁ କାହିଁକି ଅଣଦେଖା କରାଯାଉଛି। ଯାହାଫଳରେ ଗରିବ ଘର ପିଲାମାନଙ୍କ ଭବିଷ୍ୟତ କେଉଁ ଆଡକୁ ଗତି କରୁଛି ତାହା ସହଜରେ ଅନୁମାନ କରା ଯାଇପାରେ। ତେବେ ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ତତ୍ପରତା ସହ ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ନେଇ ଗୁରୁତ୍ୱ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

“ଜଙ୍ଗଲ ସାଥିରେ ବସିବା ମିତ” ଶୀର୍ଷକ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବି ଡି ଓ

Sunil Chandra Nayak

ରାୟଗଡା ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନା ଶୁଭ ଉଦଘାଟିତ 

masiha

Leave a Comment

error: Content is protected !!