ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୯ତମ ଵାଷିକ ଉତ୍ସବ

 କାମାକ୍ଷାନଗର (ମନିସ )27/2/23 ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠାନର‌ ପରିଚାଳନା କମିଟି ବରେଣ୍ୟ ସଭାପତି ତଥା କାମାକ୍ଷାନଗର ଓକିଲ ସଂଘର‌ ବରେଣ୍ୟ ସଭାପତି ଧର୍ମାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୯ ତମ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ସମ୍ମାନିତ ଅତିଥି ଭାବରେ କାମାକ୍ଷାନଗର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡାଙ୍କ ସହ ମୂଖ୍ୟ ବକ୍ତା ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ସାହୁ ଏଵଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ରାଜସ୍ଵ ବିଭାଗ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଓ କାମାକ୍ଷାନଗର ଅଞ୍ଚଳର ମହାନୁଭାଵ ବିଶିଷ୍ଟ ଉଦ୍ୟୋଗପତି ଶ୍ରୀଯୁକ୍ତ ଶଙ୍କରଲାଲ୍ ଖେମକା ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଚରଣାଵିନ୍ଦରେ ପ୍ରଦୀପ ପ୍ରଜ୍ବଳନ କରି ଆଦର ପୂର୍ବକ ମଞ୍ଚାସୀନ ହେଵା ସହିତ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଶୋଭା ଵର୍ଦ୍ଧନ କରିଥିଲେ ।

ଅନୁଷ୍ଠାନର ବରେଣ୍ୟ ସମ୍ପାଦକ ତଥା ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଶେଷ ରଞ୍ଜନ ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲାଵେଳେ ବିଦ୍ୟାଳୟର ଆଦରଣୀୟା ଅଧ୍ୟକ୍ଷା ଶ୍ରୀମତୀ ସୁଭାଷିନୀ ମିଶ୍ର ଧନ୍ୟଵାଦ ଅର୍ପଣ କରିଥିଲେ ଏତତ୍‌ଵ୍ୟତୀତ ବିଦ୍ୟାଳୟର ବରେଣ୍ୟ ପ୍ରାକ୍ତନ ଅଧ୍ୟକ୍ଷ ତଥା ଅଞ୍ଚଳର ସୁପରିଚିତ ଭାଷ୍ୟକାର ଓ ଗୀତିକାର ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ।ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ,ଏହାରି ଭିତରେ ନର୍ସରୀ ଶ୍ରେଣୀର ଶୁଦ୍ଧ ପବିତ୍ର ନିଷ୍ଠାପ ଅବୋଧ କୁନି କୁନି ପିଲା ମାନେ ଭଳିକି ଭଳି ନୃତ୍ୟ ପରିବେଷଣ କରିଥିଲେ ଯାହା ଉପସ୍ଥିତ ଦର୍ଶକ ମାନଙ୍କୁ ଅଭିଭୂତ କରିଥିଲା ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ , ଖଣି ଲୋକଙ୍କୁ ଧରି କାହିଁକି କାର୍ଯ୍ୟ କରନ୍ତି ଦାସମାତ ସୋରେନ(ଡି.ଡି.ସି.ଏ )

masiha

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

ସମ୍ବଲପୁରୀ କଳା ଓ ସଂସ୍କୃତିର ମାଦଳ ତାଳ

Sunil Chandra Nayak

Leave a Comment

error: Content is protected !!