ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣିଜରା ସ୍କୁଲରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ପଞ୍ଚାୟତ ହାଇ ସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଦିଲିପ କୁମାର ମେହେର  ଆଜି ତାଙ୍କ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି ।ପ୍ରକାଶ ଥାଉକି ବଣିଜରା ଗ୍ରାମରେ ଶିକ୍ଷା ର ବିକାଶ କିପରି ହେବ ଏବଂ ଏହି ପଞ୍ଚାୟତର ଛାତ୍ର ଛାତ୍ରୀ କିପରି ଏଠି ଶିକ୍ଷା ଦାନ କରି ପାରିବେ ।ସେ ନେଇ ଦିଲିପ କୁମାର ମେହେର ନିଜ ଗାଁ ବଣି ଜରାରେ ଗ୍ରାମବାସୀଙ୍କ ସହଯୋଗରେ ଏକ ପଞ୍ଚାୟତ ହାଇ ସ୍କୁଲ ଗଢି ଉଠିଥିଲା । ସ୍କୁଲ ଆରମ୍ଭରୁ ଦିଲିପ କୁମାର ମେହେର ଏହି ବିଦ୍ୟଳୟର ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।ଯାହାକି ଦୀର୍ଘ ବର୍ଷ ହେଲା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।ବେସରକାରୀ ଭାବରେ ଏହି ସ୍କୁଲ ଗଢି ଉଠିଥିଲା ।ବର୍ତ୍ତମାନ ଏହି ବିଦ୍ୟାଳୟ ବ୍ଲକ ଗ୍ରାଣ୍ଡ ପାଇ ସରିଛି ।ପ୍ରଧାନ ଶିକ୍ଷକ ଦିଲିପ କୁମାର ମେହେରଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ସଭାରେ ଶରତ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବଣିଜରା ସରପଞ୍ଚ ଶ୍ରୀମତୀ ଦିବ୍ୟ ଭାରତୀ ଲହଜଳ ,ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ,ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ,ଜାମିନି କାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଅବସର ପ୍ରଧାନ ଶିକ୍ଷକ ଦିଲିପ କୁମାର ମେହେରଙ୍କ ଅବସର ଜୀବନ ସୁଖମୟ କାମନା କରିଥିଲେ ।ଏଥିରେ ବିଦ୍ୟଳୟର ସହକାରୀ ଶିକ୍ଷକ ନଳିନୀ ରଞ୍ଜନ ପାଣିଗ୍ରାହୀ ,ହେମ କଲ୍ୟାଣି ମହାନ୍ତି ,ପ୍ରବୀଣ କୁମାର ପଣ୍ଡା ,ଶରତ କୁମାର ଠାକୁର , ବ୍ରହ୍ମା ନନ୍ଦ ମେହେର ,ପ୍ରଦ୍ୟୁମ୍ନ ମେହେର ,ବଂଶୀଧର ଲହଜଳ ,ହରିହର ନ।ଏକ ପ୍ରମୁଖ ଉପସ୍ଥିତ ରହି ଥିଲେ ।ଶିକ୍ଷକ ଚନ୍ଦ୍ର ହାସ୍ୟ ମେହେର ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଶିକ୍ଷକ ସଂଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲାର ଜଳ ସମସ୍ୟା ନେଇ ମିଳିତ ନାଗରିକ କମିଟି ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

masiha

ଜୟପାଟଣାରେ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!