ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ୫ ଟି ହାଇସ୍କୁଲ କାର୍ଯ୍ୟ ତଦାରଖ

କୋକସରା,୨୮/୦୨ କଳାହାଣ୍ଡି ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ ସୋମବାର କୋକସରା ବ୍ଲକ ଗସ୍ତ ରେ ଆସି ପ୍ରଥମେ ୫ଟି ଅଧୀନରେ ଜାରି ରହିଥିବା ଫୁପଗାଁ ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଛନ୍ତି । କାର୍ଯ୍ୟ ସମ୍ପାଦନ କରୁଥିବା ସଂସ୍ଥାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ପରେ ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ସରକାରଙ୍କ ବହୁ ଆକାଂକ୍ଷି ଯୋଜନା ବିଜୁ ଏକ୍ସପ୍ରେସ ୱେ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ବ୍ଲକର ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସହ ଆମପାଣି ଠାରେ ଆଲୋଚନା କରିଥିଲେ। ୫ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ଏକ୍ସପ୍ରେସ ୱେ ସଡ଼କ ପଥ ଦେଇ ବସ ଯୋଗେ ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହଲରୁ ଧର୍ମଗଡ, ବେହେରା ବଡକେନ୍ଦୁଗୁଡା ଦେଇ ଆମପାଣି ଆସିବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ରାସ୍ତାର ବିଭିନ୍ନ ସ୍ଥାନରେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଯ୍ୟ ଅଗ୍ରଗତି ଓ ମୁଖ୍ୟମନ୍ତ୍ରୀଙ୍କ ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯିବା ପାଇଁ ପ୍ରଶାସନ ଓ ଦଲୀୟ କର୍ମକର୍ତ୍ତା ମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅଧିକାରୀଙ୍କ ଗସ୍ତ ସମୟରେ କୋକସରା ବିଡ଼ିଓ ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସ୍ଥାନୀୟ ଯୁବ ସମାଜସେବୀ ମନୋରଞ୍ଜନ ବାଣୁଆ, ଋତୁରାଜ ମାଝୀ, ସଞ୍ଜୟ ସିଙ୍ଘଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନିଟ୍ ୟୁଜି ପ୍ରଶ୍ନ ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ , କଳାହାଣ୍ଡି ଯୁବ-ଛାତ୍ର ବିଜେଡିର ବିକ୍ଷୋଭ 

ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!