ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା/ ସ୍ଥାନୀୟ ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ ଆରଏସ୍‌ପିର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ଆଇଏଚଆରସିର ସୁନ୍ଦରଗଡ ଜିଲ୍ଲା ସଭାପତି କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲ କଲେଜର ରସାୟନ ବିଭାଗର ମୁଖ୍ୟ ଡଃ ଅଜୟ କୁମାର ମିଶ୍ର, ବୋଟାନି ବିଭାଗର ଏଚଓଡି ଡଃ ସନାତନ ପ୍ରଧାନ, ପଦାର୍ଥ ବିଜ୍ଞାନର ମୁଖ୍ୟ ଦିପ୍ତି ରଂଜନ ମହାନ୍ତି, ସମାଜସେବୀ ବିବେକାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ମାକ୍ ଏକାଡେମୀର ସିଇଓ ନୱାଜ ଖାନ୍ ଓ ଟ୍ରେନ୍‌ର ଉଜ୍‌ମା ତାକ୍ ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ । ଆଦର୍ଶ ଅନୁଷ୍ଠାନର ପ୍ରୋଗ୍ରାମ କୋର୍ଡିନେଟର ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜୁରୁରୀ ବୋଲି କହିଥିଲେ । ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଗାଡି ଚାଳନା ସମୟରେ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ଲାଇସେନ୍ସ ହାସଲ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମକୁ ବିବେକାନନ୍ଦ ଦାସ ସଂଯୋଜନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ରାଉରକେଲାରେ ହ୍ୟାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

Sunil Chandra Nayak

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!