ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

 ଭବାନୀ ପାଟଣା -:  କଳାହାଣ୍ଡି ଜିଲ୍ଲା ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି।

ତୃତୀୟ ପର୍ଯ୍ୟାୟରେ ଧର୍ମଗଡ଼, କୋକସରା, ଜୟପାଟଣା ବ୍ଲକରେ ମତଦାନ ସରିଛି। ଜୟପାଟଣା ବ୍ଲକ ରେ ୭୭.୩୩% ମତଦାନ ହୋଇଥିବା ବେଳେ କୋକସରା ବ୍ଲକ ରେ ୭୭.୭୫% ଭୋଟର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି, ସେହିପରି ଧର୍ମଗଡ଼ ବ୍ଲକରେ ସର୍ବାଧିକ ୮୨.୯୯% ମତଦାତା ମତଦାନ କରିଛନ୍ତି। ଜୟପାଟଣା ବ୍ଲକ ରେ ସମୁଦାୟ ଭୋଟର ୯୩୧୯୧ରହିଥିବା ବେଳେ୭୨୦୪୭ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। କୋକସରା ବ୍ଲକ ରେ ମଧ୍ଯ ସମୁଦାୟ ୮୭୮୩୭ଭୋଟର ଙ୍କ ମଧ୍ଯରୁ ୬୮୨୮୯ଭୋଟର ଭୋଟ ଦେଇଛନ୍ତି ସେହିପରି ଧର୍ମଗଡ ବ୍ଲକ ରେ ମୋଟ ୯୧୩୧୫ଭୋଟର ଙ୍କ ମଧ୍ଯରୁ ୭୫୭୬୮ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ଜୟପାଟଣା ବ୍ଲକ ର ତିନି ଜିଲ୍ଲା ପରିଷଦ, ୨୨ଟି ପଞ୍ଚାୟତ ର ସରପଞ୍ଚ ଓ୨୧ ସମିତି ସଭ୍ୟ ସମେତ ୱାର୍ଡ ସଭ୍ଯ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି ଉଛୁଳା ପଞ୍ଚାୟତ ର ସମିତି ସଭ୍ଯ ଭାବେ ପୂର୍ବତନ ସରପଞ୍ଚ ତଥା ବ୍ଲକ ପୂର୍ବତନ ଅଧ୍ୟକ୍ଷାଙ୍କ ସ୍ଵାମୀ ଥବିର ବାଗ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ଅଧ୍ୟକ୍ଷ ପଦ ପାଇଁ କସରତ ଆରମ୍ଭ କରିଛନ୍ତି ଏବଂ ସେ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। କୋକସରା ବ୍ଲକ ର ତିନି ଜିଲ୍ଲା ପରିଷଦ, ୨୨ ପଞ୍ଚାୟତ ପାଇଁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ଯ ପାଇଁ ପ୍ରତିଦ୍ୱନ୍ଦିତା ହୋଇଛି, ପଞ୍ଚାୟତ କାର୍ଯ୍ୟାଳୟ ସମ୍ପର୍କିତ ଘଟଣାକୁ ନେଇ ତୁନଗାଁ ଭୋଟର ଭୋଟ ବର୍ଜନ କରିଛନ୍ତି। ଏହି ବ୍ଲକ ର ଅଧ୍ୟକ୍ଷ ପଦ ପାଇଁ ଲଡୁଗାଁ ର ବ୍ୟବସାୟୀ ରାଜୁ ଅଗ୍ରୱାଲ ଙ୍କ ନାମ ଆଶାୟୀ ତାଲିକାରେ ରହିଛି ସେହିପରି ଧର୍ମଗଡ଼ ବ୍ଳକର ୩ଜିଲ୍ଲା ପରିଷଦ, ୨୪ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ, ୱାର୍ଡ଼ ସଭ୍ଯ ପାଇଁ ନିର୍ବାଚନ ହୋଇଥିବା ବେଳେ ଏହି ବ୍ଲକ ଅଧ୍ୟକ୍ଷ ପଦପାଇଁ କିଛି ପୁରାତନ ନେତା ଓ କିଛି ନୂଆ ମୁହଁ କସରତ ଆରମ୍ଭ କରିଥିବା ଜଣାପଡିଛି। ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ।

Related posts

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଜୀବନ ପଥେ 

Sunil Chandra Nayak

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

Leave a Comment

error: Content is protected !!