ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନଭାରତୀ ଫାଉଣ୍ଡେସନ ତରଫରୁ ବାଇକ ଆମ୍ବୁଲାନ୍ସ ସେବା

ବାଲେଶ୍ଵର,୦୧/୦୩/୨୩- -ଗରିବ ହେଉ କିମ୍ବା ଧନୀ ଲୋକ ହେଉ ସମସ୍ତଙ୍କ ପାଇଁ ଏହି ବାଇକ ଆମ୍ବୁଲାନ୍ସ ଉଦଘାଟିତ ହୋଇଯାଇଛି । ବିଶେଷ କରି ଯେଉଁ ସ୍ଥାନକୁ ଚାରି ଚକିଆ ଆମ୍ବୁଲାନ୍ସ ଯାଇପାରିବ ନାହିଁ ସେହି ସ୍ଥାନକୁ ଏହି ତିନି ଚକିଆ ବାଇକ ଆମ୍ବୁଲାନ୍ସ ଯାଇପାରିବ । ମାଗଣା ସେବା ନେବାର ଯୋଗାଯୋଗ ନମ୍ବର 6372328989 । ସରକାରଙ୍କର ବହୁ ଯୋଜନା ଅଛି, କିନ୍ତୁ ପ୍ରାୟ ସବୁ ଯୋଜନା କାଗଜ ପତ୍ରରେ ସୀମିତ ଅଛି । ସାଧାରଣ ଲୋକଙ୍କ ଚିନ୍ତାଧାରା ଏମିତି ଏକ ସମାଜ ସେବା କ୍ଷେତ୍ରରେ ଓଡିଶା ସହିତ ଦିଲ୍ଲୀରେ କରୋନା ହେଉ ବା ମହାମାରୀ ହେଉ ଲୋକଙ୍କ ସେବାରେ ନିୟୁଜିତ ହୋଇଛନ୍ତି । ନିକଟରେ ବାପା ମାଆଙ୍କ ନାମରେ ୧୦୨ ଓ ୧୦୮ କୁ ପଛରେ ପକାଇ ଗାଁ ଗାଁ ରେ ଘରେ ଘରେ ଏହି ବାଇକ ଆମ୍ବୁଲାନ୍ସ ସେବା ପହଂଚି ରୋଗୀର ଜୀବନ ବଞ୍ଚାଇବାରେ ମୁଖ୍ୟ ଭୂମିକା ଅଂଶ ଗ୍ରହଣ କରିବ । ଏହି ମହତ ଉଦେଶ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଆରୁଆବର୍ତ୍ତୀ ୱାନ ଗ୍ରାମରେ ବନଭାରତୀ ଫାଉଣ୍ଡେସନ,ବନମାଳୀ ସାମନ୍ତଙ୍କ ଶ୍ରାଦ୍ଧ ବାର୍ଷକି ଉପଲକ୍ଷେ ଲୋକମାନଙ୍କ ପାଇଁ ସାମନ୍ତ ପରିବାର ଚାରି ପୁତ୍ରଙ୍କ ସହାୟତାରେ ବାପା ଓ ମା ଙ୍କ ନାମରେ ଫାଉଣ୍ଡେସନ ତିଆରି କରି ରୋଗୀ ମାନଙ୍କ ସେବାରେ ବାଇକ ଆମ୍ବୁଲାନ୍ସ ଯୋଗାଇଛନ୍ତି । ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଅଧକ୍ଷ ପ୍ରବୀର ଗିରିଙ୍କ ଦ୍ୱାରା ଏହି ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଥିଲା । ଶ୍ରୀପତି ଜେନା, ଅଧକ୍ଷା ମୀନାରାଣୀ ଶାସମଲ, ମିନକ୍ରୀତନ ମିଶ୍ର, କମଳ ଚକ୍ରବତୀ, ଯୋଗେନ୍ଦ୍ର ପାଳ, ଅଞ୍ଜଳି ଜେନା, ପରେଶ କର, ସୁକୁମାର ଦାସ ଅଧିକାରୀ ଏହି ମାଗଣା ଆମ୍ବୁଲାନ୍ସ ସେବାକୁ ଆଗକୁ କେମିତି ଲୋକଙ୍କ ପାଖରେ ପହଁଚିବ ତାହା ଚେଷ୍ଟା କରିବାକୁ ବାର୍ତ୍ତା ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଯୁବ କବି ସୁବ୍ରତ କୁମାର ଙ୍କୁ “କବି ଭୂଷଣ ସମ୍ମାନ”

Sunil Chandra Nayak

ଓଡ଼ିଶାର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

Sunil Chandra Nayak

ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ସମାରୋହ

masiha

Leave a Comment

error: Content is protected !!