ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗର ପାଠଚକ୍ର

 ଢେଙ୍କାନାଳ (ମ ସୀ ହା) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟରେ ଗଣିତ, ପଦାର୍ଥ ବିଜ୍ଞାନ,ଓଡ଼ିଆ ଭାଷା ସାହିତ୍ୟ ଓ ବାଣିଜ୍ୟ ବିଭାଗ ପକ୍ଷରୁ ୨୮ତାରିଖ ଦିନ ନିଜ ନିଜ ଅଧ୍ୟାପନା ପ୍ରକୋଷ୍ଠରେ ପାଠଚକ୍ର ଅନୁଷ୍ଠିତ ହୋଇଛି l ଗଣିତ ବିଭାଗର ପାଠ ଚକ୍ରରେ ବିଭାଗୀୟ ମୁଖ୍ୟ କିଶୋର କୁମାର ପୃଷ୍ଟିଙ୍କ ପୌରାହିତ୍ୟରେ ରସାୟନ ବିଭାଗ ମୁଖ୍ୟ ସୁକାନ୍ତ କୁମାର ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଓ ପି ଏସ କଲେଜର ଗଣିତ ବିଭାଗ ଅଧ୍ୟାପକ ଡ଼. ରାଜ କିଶୋର ସାମଲ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗ୍ରାଫ ଥିଓରୀ ଏବଂ ଏହାର ବ୍ୟବହାର ସମ୍ପର୍କରେ ପ୍ରୋଜେକ୍ଟ ମାଧ୍ୟମରେ ସବିଶେଷ ଗବେଷଣାତ୍ମକ ତଥ୍ୟକୁ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ l ଇତିହାସ ବିଭାଗ ଅଧ୍ୟାପକ ଡ଼. ଏମ. କେ. ସ୍ୱାଇଁ ଅତିଥି ଭାବେ ଉପସ୍ଥିତ ରହି ପାଠଚକ୍ରର ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ସୂଚନା ପ୍ରଯୁକ୍ତି ବିଦ୍ୟା ଅଧ୍ୟାପକ କୃପାସିନ୍ଧୁ ବେହେରା ପ୍ରୋଜେକ୍ଟ ସଂଚାଳନ କରିବାରେ ସହାୟତା କରିଥିଲେ l ଅଧ୍ୟାପକ ଦୀପକ ରଂଜନ ବିଶ୍ୱାଳ ସ୍ୱାଗତ ଅଭିଭାଷଣ ଦେଇଥିଲେ lବିଜ୍ଞାନ ଦିବସରେ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ସି ଭି ରମଣ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବିଭାଗୀୟ ମୁଖ୍ୟ ଜୟନ୍ତ କୁମାର ପତି ନିଜ ବିଭାଗର ପାଠଚକ୍ରକୁ ପରିଚାଳନା କରିଥିଲେ l ଓଡ଼ିଆ ବିଭାଗର ମୁଖ୍ୟ ଶୈଲ୍ୟ ସାମଲଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଇତିହାସ ବିଭାଗ ମୁଖ୍ୟ ବିମଳ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସମୁହ ଉପସ୍ଥିତିକୁ ପ୍ରଶଂସା କରିଥିଲେ l ମୁଖ୍ୟ ବକ୍ତାଭାବେ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ପ୍ରାଧ୍ୟାପକ ଡ଼. ଅକ୍ଷୟ କୁମାର ମହାପାତ୍ର ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ ଓଡ଼ିଆ ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟର ରୂପରେଖ ସମ୍ବନ୍ଧରେ ସବିଶେଷ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କ ମନରେ ହରଷତା ଭରିଦେଇଥିଲେ l ବିଭାଗର ଅନ୍ୟତମ ଅଧ୍ୟାପକ ମୁରଲୀ କିଶୋର ଜେନାମଣି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲା ବେଳେ ଅଧ୍ୟାପିକା ଲିପି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଅନୁରୂପ ଭାବେ ଅପରାହ୍ନରେ ବାଣିଜ୍ୟ ବିଭାଗର ସେମିନାରରେ ବିଭାଗର ମୁଖ୍ୟ ସୁଶାନ୍ତ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ପାଠଚକ୍ରରେ ମୁଖ୍ୟ ବକ୍ତା ଭାବେ ଇଂରାଜୀ ବିଭାଗ ଅଧ୍ୟାପିକା ଡ଼. ନିବେଦିତା ଦାସ ଯୋଗଦେଇ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଇଲେକ୍ଟ୍ରାନିକ ବାଣିଜ୍ୟର ଗୁରୁତ୍ୱ ଉପରେ ମାର୍ଗ ଦର୍ଶନ ଦେଇଥିଲେ l ଏଥିରେ ଇଂରାଜୀ ବିଭାଗର ଅନ୍ୟତମ ଅଧ୍ୟାପକ ଦିଲ୍ଲୀପ କୁମାର ଗଡ଼ନାୟକ ଉପସ୍ଥିତ ରହି ଆଲୋଚ୍ୟ ପ୍ରସଙ୍ଗ ଉପରେ ନିଜସ୍ୱ ମତ ରଖିଥିଲେ l ବିଭାଗର ଅଧ୍ୟାପକ ସୁପ୍ତପ୍ରିୟ ମିଶ୍ର କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠିତ ହୋଇଥିବା ପ୍ରତିଟି ବିଭାଗର ପାଠଚକ୍ରରେ ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରସଙ୍ଗକୁ ପାଥେୟକରି ପ୍ରତି ବିଭାଗର ଛାତ୍ର ଛାତ୍ରୀ ମାନେ ନିଜସ୍ୱ ପ୍ରସ୍ତୁତ ସନ୍ଦର୍ଭ ପାଠ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଡମ୍ବ ସମାଜ ର ସାମୁହିକ ବିକାଶ ପାଇଁ ଦୃଷ୍ଟି ଆକର୍ଷଣ 

masiha

ପ୍ରାଧନାଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

Sunil Chandra Nayak

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!