ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାର ର ବିଷୁବ ମିଳନ ୨୦୨୬ ଚଳିତ ବର୍ଷ ବିଷୁବ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସବିତା ପ୍ରଧାନ

ଆଦର୍ଶ ପାଠାଗାର ର ବିଷୁବ ମିଳନ ୨୦୨୬
ଚଳିତ ବର୍ଷ ବିଷୁବ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସବିତା ପ୍ରଧାନ

ରାଉରକେଲା : ରାଉରକେଲା ର ସର୍ବ ପୂରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ବିଷୁବ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୭ ମଧୁମଣ୍ଡପ ଠାରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ସମ୍ବର୍ଦ୍ଧିତ ଅତିଥି ତଥା ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ତଥା ବର୍ତ୍ତମାନ ବିଶ୍ଵଭାରତୀ ଶାନ୍ତିନିକେତନ ର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ସବିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ତଥା ଭଞ୍ଜ ସାଂସ୍କୃତିକ ନ୍ୟାସର କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂ ଅଭୟ କୁମାର ଦାସ ଓ ପାଠାଗାରର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ ସନାତନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଷୁବ ମିଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ସାଧୁବାଦ ଦେବା ସହ ପାଠାଗାରର ସମସ୍ୟା ପ୍ରତି ଦୃଷ୍ଟି ଦେବେ ମତ ରଖିଥିଲେ। ମୁଖ୍ୟବକ୍ତା ପ୍ରଫେସର ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ବୋଧହୁଏ ଆମ ଭାଷା ସୁରକ୍ଷିତ ନୁହେଁ, ଏହାହିଁ ଆଶଙ୍କା କରାଯାଉଛି। ଭାଷାର ବ୍ୟବହାର ନହେଲେ ତାହା ଧିରେ ଧିରେ କଥିତ ଭାଷା ହୋଇ ରହିଯିବ। ଆସନ୍ତା ୧୦୦ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଭାଷା ବିଲୁପ୍ତ ହେବ ବୋଲି ହେବ ବୋଲି ମତ ରଖିବା ସହ ଆମର ଶିକ୍ଷା ବ୍ୟବସ୍ଥା, ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷା କିପରି ଆମକୁ କବଳିତ କରି ରଖିଛି ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଏଥିପାଇଁ ଆତ୍ମସମୀକ୍ଷାର କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମିଶ୍ର ସ୍ବାଗତ ଭାଷଣ, ସମ୍ମାନିତ ଅତିଥି ଇଂ ଦାସ ଅନୁଷ୍ଠାନ ସମ୍ପର୍କରେ ଓ ଅନ୍ୟତମ ସମ୍ମାନିତ ଅତିଥି ଡ଼ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଫେସର ସବିତା ପ୍ରଧାନଙ୍କୁ ଚଳିତ ବର୍ଷ ବିଷୁବ ସମ୍ମାନ ୨୦୨୬ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଝିଲିମା ମହାନ୍ତି ମାନପତ୍ର ପାଠ କରିଥିଲେ। ସୂଚନାଯୋଗ୍ୟ ଯେ ପାଠାଗାର ୧୯୫୮ ମସିହାରେ ଆରମ୍ଭ କରାଯାଇଥିଲାବେଳେ ୨୦୦୩ ମସିହାରୁ ରାଜ୍ୟର ପ୍ରଖ୍ୟାତ ସାହିତ୍ୟିକଙ୍କୁ ସମ୍ମାନଜନକ ବିଷୁବ ସମ୍ମାନରେ ସମ୍ମାନିତ କରାଯାଇ ଆସୁଅଛି। ଦ୍ବିତୀୟ ପର୍ଯ୍ୟାୟରେ କବି ଆର୍ତ୍ତତ୍ରାଣ ମହାପାତ୍ର ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବଶ୍ରୀ ଡା କୃପାସିନ୍ଧୁ ନାୟକ, ବଳରାମ ରାଉଳ,ଡ କ୍ଷୀରୋଦ ବରାଳ, ଅଶୋକ ପଟ୍ଟନାୟକ, ମୀନକେତନ ପଶାୟତ, ଉପେନ୍ଦ୍ର ବସ୍ତିଆ, ପ୍ରତାପ ପଣ୍ଡା, କୁଞ୍ଜବିହାରୀ ରାଉତ, ସଞ୍ଜୀବ ଭୋଇ,ଧୋବେଇ ବେହେରା, ସବିତା ବସ୍ତିଆ, ସାଗର ମହାନ୍ତି, ବ୍ରଜେନ୍ଦ୍ର ଦାଶ, ତାରିଣୀ ଚରଣ ସାହୁ, ସସ୍ମିତା ପ୍ରଧାନ, ବିଜୟିନୀ ଜେନା,ବ୍ରଜବିହାରୀ ଦାଶ, ରଶ୍ମି ସାହୁ, ସତ୍ୟନାରାୟଣ ଦାଶ, ସୁନିଲ କୁମାର ଦାସ,ବିନିତା ମହନ୍ତ, ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାକ୍ତନ ସଭାପତି ଚନ୍ଦ୍ରଶେଖର ଶତପଥୀ ଉଭୟ ସଂଯୋଜକ ଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡା ଉତ୍ତମ ଚରଣ ଜେନା,ଟୁକୁଲା ପାଢ଼ୀ, ବିଜୟ କୁମାର ପାତ୍ର, ପ୍ରଳୟ ଶତପଥୀ, ପ୍ରଦୀପ ପଟ୍ଟନାୟକ, ଅମରେନ୍ଦ୍ର ପାଢ଼ୀ,ଛବି ମହାନ୍ତି, ପର୍ଶୁରାମ ପଟ୍ଟନାୟକ, ଅଟମ ରଥ,ଅକ୍ଷୟ ସାମଲ, ସୁକାନ୍ତ ମହାପାତ୍ର, ରଶ୍ମିତା ନାଥ,ଡ ସଞ୍ଜୟ ହାତୀ,ଡ ନଗେନ ଦାସ, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ଗଙ୍ଗାଧର ପୁହାଣ, ପ୍ରଦୀପ୍ତ ପଟ୍ଟନାୟକ, ଜୟଶ୍ରୀ ଦାସ, ବସନ୍ତ ରଣା, କୈଳାଶ ମାହାଳି, ସୁବାସ ବାରିକ,ଶରତ ପଣ୍ଡା,ପ୍ରଭାତୀ ନାୟକ, ହେମନ୍ତ ଛୁରା,ଅଜିତ ଗୈ।ଡ଼, ଲକ୍ଷ୍ମୀକାନ୍ତ ମହାପାତ୍ର, ରମେଶ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ରାଧାମୋହନ ନାୟକ, ଆଶୁତୋଷ ଜ୍ୟୋତିଷୀ, ପ୍ରବୀର କୁମାର ଦୁବେ, ଘନଶ୍ୟାମ ଧଳ, ଦିବାକର ଦାସ ଙ୍କ ସମେତ ଶତାଧିକ ସାହିତ୍ୟିକ,କବି, ଶିକ୍ଷାବିତ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଲାରପୁର କାଗଜକଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ 

masiha

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

Sunil Chandra Nayak

ବିଧାୟକ ଦୁର୍ଗା ତନ୍ତୀଙ୍କ ଅନୁମୋଦନ କ୍ରମେ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର

Leave a Comment

error: Content is protected !!