ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡ଼ିଏସ)

ନୂଆପଡା ଜଲ୍ଲା ସ୍ଥିତ କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ବର ଗ୍ରାମ ପଞ୍ଚାୟତ ରେ ୨ ଗୋଟି ପୁଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡ଼ିଏସ) । ୧ ଗୋଟି ବିବାହ କୁରେଶ୍ବର ଗ୍ରାମ ପଞ୍ଚାୟତ ଆସନ୍ତା ମାର୍ଚ ମାସରେ ରେ  ହେବାକୁ ଯାଉଥିଲା, ଏବଂ ଅନ୍ୟଗୋଟି ପୁଅ ର ବିବାହ ପାଇଁ ଦେଖା ଦେଖି ଚାଲିଥିଲା । କିନ୍ତୁ ପୁଅ ର ର ବୟସ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ଦେୟମୁକ୍ତ ଫୋନ ନମ୍ବର ୧୦୯୮ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ପୁଅ ର ବୟସ ୨୧ ବର୍ଷ ରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ବିବାହ ହେବାକୁ ଥିବା ପୁଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲୋର ହୋସନା ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ପ୍ରଗତି ପ୍ରିୟା ପରିଚ୍ଛା ଓ ମଧୁମାଳା ବାଗ ଏବଂ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ବିବାହ ହେବାକୁ ଥିବା ପୁଅ ପକ୍ଷ ର ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟାକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ବାଲ୍ୟ ବିବାହ କୁ ଅଟକା ଯାଇଥିଲା ।  ଯେଉଁ ପର୍ଯ୍ୟନ୍ତ ଉକ୍ତ ୨ ଗୋଟି ପୁଅ କୁ ୨୧ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ବିବାହ କରାଇ ପରିବେନାହିଁ ବୋଲି ଉପସ୍ଥିତ ପରିବାର ଲୋକ ସହମତି ପ୍ରଦାନ କରିଛନ୍ତି । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି।ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲର ହୋସନା ଅକ୍ତରୀ, ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ପ୍ରଗତି ପ୍ରିୟା ପରିଚ୍ଛା ଓ ମଧୁମାଳା ବାଗ ଏବଂ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର, ୧୦୮ରେ କଲ କଲେ ମିଳିପାରିବ ଘରୋଇ ଆମ୍ବୁଲାନ୍ସ ସେବା

Sunil Chandra Nayak

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!