ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଓଲମା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ଶିକ୍ଷକ,ଶିକ୍ଷୟତ୍ରୀ ସମ୍ମିଳନୀ

ଡାବୁଗାଁ, ୨/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବଡଓଲମା ଗ୍ରାମ ପଞ୍ଚାୟତ ସଦର ମହକୁମା ବଡଓଲମା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବିକା /ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗଦିଶ ଭତ୍ରାଙ୍କ ସଭାପତିତ୍ଵରେ ସରପଞ୍ଚ ବୁଦାଇ ଭତ୍ରା ମୁଖ୍ୟ ଅତିଥି ରହିଥିବାବେଳେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା ଓ ତାଙ୍କ ସମସ୍ତ କର୍ମଚାରୀଵୃନ୍ଦ ସହଯୋଗ କରିଥିଲେ । ଗେଟ ଆଗରେ ସ୍ଵାଗତ ସମ୍ବର୍ଦ୍ଧନା ଝୋଟି ପକାଇ ଅଭିଭାବିକା, ଅଭିଭାବକ ମାନଙ୍କୁ ଛାତ୍ରୀମାନଙ୍କ ଦ୍ଵାରା ପାଦ ଧୋଇ ଦେଇ, ଚନ୍ଦନ ଟିକା ଲଗାଇଦେବାପରେ ସମ୍ମିଳନୀ ଗୃହକୁ ପାଛୋଟି ନେଉଥିଲେ । ସମ୍ମିଳନୀରେ ବିଦ୍ୟାଳୟ, ଛାତ୍ର/ଛାତ୍ରୀ ମାନଙ୍କ ସମସ୍ୟା ଉପରେ ବ୍ୟାପକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସମସ୍ତେ ସମସ୍ତଙ୍କର ମତ ଆଦାନ ପ୍ରଦାନରେ ସମ୍ମିଳନୀ କକ୍ଷ ବେଶ ସରଗରମ ହୋଇ ଥିଲା । ଆଲୋଚନା ପରେ ସମସ୍ତ ଅଭିଭାବିକା/ଅଭିଭାବକମାନଙ୍କୁ ଧନ୍ୟବାଦ ପ୍ରଦାନ କରାଗଲା ପରେ ସଭା ସାଙ୍ଗ କରାଯାଇଥିଲା । ସମସ୍ତ ଉପସ୍ଥିତ ଅଭିଭାବିକା ଓ ଅଭିଭାବକ ମାନଙ୍କ ସହ ସମସ୍ତ ଛାତ୍ର/ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ

Sunil Chandra Nayak

“ମ୍ୟାଲେରିଆକୁ ହରାଇବା ଆମ ହାତରେ” ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ 

Sunil Chandra Nayak

GTV Bharat Celebrates 8th Anniversary with Grandeur

masiha

Leave a Comment

error: Content is protected !!