ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏସପି ୧୯୯୩ ବ୍ୟାଚ ଆପ୍ରେଣ୍ଟିସ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ

ରାଉରକେଲା/ ୧୯୯୩ ମସିହା ମାର୍ଚ୍ଚ ପହିଲାରେ ଆରଏସପିର ଟ୍ରେଡ ଆପ୍ରେଣ୍ଟିସ ଭାବେ ଚାକିରୀରେ ଯୋଗଦାନ କରିଥିବା ସାଥୀମାନେ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଭାବବିନିମୟ କାର୍ଯ୍ୟକ୍ରମ ସେକ୍ଟର ୩ ଅହିରାବନ୍ଧ (ଜଗନ୍ନାଥ) ମନ୍ଦିର ପ୍ରାଙ୍ଗଣରେ ସପରିବାର ସହ ପାଳନ କରିଛନ୍ତି । 

 ଶ୍ରୀଜଗନ୍ନାଥ ଠାକୁରଙ୍କ ଦର୍ଶନ ଓ ପୂଜା , ୧୦୮ ଦୀପ ପ୍ରଜ୍ବଳନ, ହୋମ ଯଜ୍ଞ ଇତ୍ୟାଦି ଓ ଶେଷରେ ଜଳପାନ କରି ନିଜନିଜର ଦୀର୍ଘ ୩୦ ବର୍ଷର ଅଭୁଲା ସ୍ମୁତିକୁ ସେମାନେ ମନେ ପକାଇଵା ସହ ଭାବର ଆଦାନ ପ୍ରଦାନ କରିଥିଲେ । ବଡ଼ ଖୁସିର କଥା ଏହି ବ୍ୟାଚର ଜଣେ ସାଥୀ କାଳୀ ଚରଣ ଦାସ ଓ ବିଭାଗ ଥିଲା ସିଆରଏମ ( ଇଲେକ୍ଟ୍ରିକାଲ) ଯିଏକି ବର୍ତ୍ତମାନ ଗୁରୁଶ୍ରୀ ମୁକ୍ତାନନ୍ଦ ସରସ୍ୱତୀ ନାମରେ ପରିଚିତ, ତାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ରୋଚକ କରିଥିଲା ଓ ତାଙ୍କ ଉପସ୍ଥିତିରେ ଏକ ଯଜ୍ଞ ମଧ୍ୟ ଆୟୋଜିତ ହୋଇଥିଲା, ଯାହାଦ୍ୱାରା ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିନ୍ଧାଣୀ ଗ୍ରାମରୁ ଅଜଗର ଉଦ୍ଧାର ଜଙ୍ଗଲରେ ଛାଡିଲା ବନ ବିଭାଗ

masiha

ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଖାଦ୍ୟ ପ୍ରକ୍ରିୟାକରଣ କର୍ମଶାଳୀ

masiha

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!