ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

ଭବାନୀପାଟଣାରେ ଥିବା ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟରେ ଚଢାଉ ଚାଲିଛି….

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଭବାନୀପାଟଣା କେବିକେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ ସ୍ଥାନରେ ଛାନଭିନ ଚାଲିଛି । ଏଥିରେ ୪ ଜଣିଆ ଡ଼ିଏସପିଙ୍କ ନେତୃତ୍ୱରେ ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଭିଜିଲାନ୍ସ ଚଢ଼ାଉରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର, ଅନୁଗୁଳ ଆଦି ବିଭିନ୍ନ ସ୍ଥାନରେ ତାଙ୍କର ଅମାପ ସମ୍ପତ୍ତି ଥିବା ଜଣାପଡିଛି ।

ଭୁବନେଶ୍ୱରର ରସୁଲଗଡ ଥିବା ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୩୦୧, ଖାରବେଳନଗରର ବୈଷ୍ଣୋ ରିଜେନ୍ସିର ଫ୍ଲାଟ ନମ୍ବର ୧, ସହିଦନଗରରେ ଥିବା ଇମ୍ପେରିଆ ଆପାର୍ଟମେଣ୍ଟର ପ୍ରଥମ ମହଲାର ଫ୍ଲାଟ ନମ୍ବର ୧୦୧, ଅନୁଗୁଳ ଜିଲ୍ଲା ତୁରଙ୍ଗାରେ ଥିବା ଏକ ଦୁଇମହଲା ଘର, ଖିଲାରରେ ଏକ ପ୍ଲଟ୍ ଓ ପୈତୃକ ଗ୍ରାମ ବନ୍ତଳରେ ଥିବା ଘର, ଭବାନୀପାଟଣାରେ ଥିବା ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟରେ ଚଢାଉ ଚାଲିଛି । ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

Rayagada Police Crack Down on Interstate Crime Ring, Arrest 5

masiha

ପ୍ରହସନ ପାଲଟିଛି ସେପ୍ଟୀ କାର୍ଯ୍ୟକ୍ରମ ,ବସନ୍ତ ପୁର ସ୍ଥିତ ଆଦିତ୍ୟ ବିର୍ଲା କାରଖାନା ରେ ଦୁର୍ଘଟଣା, ଜଣେ ମୃତ, ଗେଟ ସାମ୍ନା ରେ ଉତ୍ତେଜନା

masiha

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି

Sunil Chandra Nayak

Leave a Comment

error: Content is protected !!