ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣାରେ ଫେଲ୍ ମାରିଛି ବସୁଧା ଯୋଜନା

ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଚରମ ଅବହେଳା 

ଜୟପାଟଣା:୩/୩/୨୩ //ରାଜ୍ୟରେ ସରକାର ୩୬ ହଜାର ୪୫୫ କୋଟି ଟଙ୍କା ମୂଲ୍ୟରେ ୨୦୭ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ପରିକଳ୍ପନା ଦ୍ୱାରା ଗ୍ରାମାଞ୍ଚଳରେ ଜଳଯୋଗାଣ କରି ସଫଳତା ପାଇଥିବା ଦର୍ଶାଯାଇଛି । ତେବେ ଚଳିତ ବଜେଟରେ ପାନୀୟ ଜଳ ଯୋଗାଣ ପାଇଁ ମୋଟ ୧୩ ହଜାର ୨୧୫ କୋଟି ଟଙ୍କା ବ୍ୟୟବରାଦ କରିଥିବା ମଧ୍ୟ ପ୍ରକାଶ ପାଇଛି । ସାଧାରଣ ଜନତା ଜଳକଷ୍ଟରୁ କିପରି ତ୍ରାହି ପାଇବେ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ସତରେ କଣ ସାଧାରଣ ଜନତା ବିଶୁଦ୍ଧ ଜଳ ପାଇ ପାରୁଛନ୍ତି । ଏହାର ନଗ୍ନ ଉଦାହରଣ କଳାହାଣ୍ଡି ଜିଲ୍ଲାର ଜୟପାଟଣାର ପ୍ରକଳ୍ପର ବ୍ୟବସ୍ଥାକୁ ଦେଖିଲେ ସହଜେ ଅନୁମେୟ ।ସ୍ଥାନୀୟ ତହସିଲ ଅଫିସ ନିକଟରେ ନୂତନ ଭାବେ ନିର୍ମାଣ ହୋଇଥିବା ବସୁଧା ଯୋଜନାର ୨ଲକ୍ଷ ଲିଟର କେପାସିଟି ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କାମରେ ଆସୁନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ରାଜାଘର ପଛପଟ ବାବୁପଡା,ମାଝୀପଡା,ଧୋବାପଡ଼ା ଅଞ୍ଚଳରେ ଭୂତଳ ଜଳର ଉତ୍ସ ନଥିବାରୁ ଅନେକ ନଳକୂପ ଖନନ କରି ବିଫଳ ହୋଇଛନ୍ତି । ଏହି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଜଳ ବିହୁନେ ମତ୍ସ ପରି ଡହଳ ବିକଳ ହେଉଛନ୍ତି । ଏପରି ସ୍ଥଳେ ପାଇପ ଜଳ ମୁନ୍ଦେ ସେମାନେ ପାଇପାରିଲେ ଅମୃତ ମଣନ୍ତେ । ଗତ ତିନିମାସ ତଳେ ଗ୍ରୀଷ୍ମର ଆଗମନକୁ ଦେଖି ସ୍ଥାନୀୟ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟସଭ୍ୟା ତଥା ବୁଦ୍ଧିଜୀବୀ ଏହା ଉପରେ ସ୍ଥାନୀୟ ବିଡ଼ିଓଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ । ସମ୍ପୃକ୍ତ ଯନ୍ତ୍ରୀ ଗୋଟିଏ ସପ୍ତାହ ସମୟ ନେଇ ଏହି ଅଞ୍ଚଳକୁ ପାଇପ ଜଳ ଯୋଗାଣର ବ୍ୟବସ୍ଥା ପାଇଁ କଥା ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଥିବାରୁ ଜନସାଧାରଣ ଉତ୍ୟକ୍ତ ହୋଇ ପଡ଼ିଥିବା ନଜରକୁ ଆସିଛି । ଜଳ ଯୋଗାଣ ପାଇଁ ପାଇପ ପୋତିବା ଉଦ୍ଦେଶ୍ୟରେ କଂକ୍ରିଟ ରାସ୍ତା ମଝିରେ ଗାଢ଼ ଖୋଳିଥିବା ଯୋଗୁଁ ତାହା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ଦୈନିକ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଯାଇଥାନ୍ତି । ଏପରି ସ୍ଥଳେ ଜନ ସାଧାରଣଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବାରୁ ଏହାର ଆସୁ ସମାଧାନ ପାଇଁ ଦାବି ହୋଇଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

masiha

ଅମିତ ପାଇଲେ ଓ ଏ ଏସ, ଖୁସିରେ ଗ୍ରାମବାସୀ କଲେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲା ଟପର ହେଲେ ଅନିକେତ

masiha

Leave a Comment

error: Content is protected !!