ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲାଞ୍ଜିଗଡ଼ ଥାନାଞ୍ଚଳରେ ଲଜ୍ଜା : ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ଅଭିଯୁକ୍ତ ବାପା

ଲାଞ୍ଜିଗଡ଼,୦୪/୦୩(ମନିସ)-ବାପ-ଝିଅ ଭଳି ପବିତ୍ର ସଂପର୍କରେ ଲାଗିଛି କଳଙ୍କର କଳାଦାଗ ! ନିଜ ଔରସରୁ ଜନ୍ମଲାଭ କରିଥିବା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛି ! ଏଇ ଅଭାବନୀୟ ଘଟଣାଟି ଅଞ୍ଚଳର ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି ! ଲାଞ୍ଜିଗଡ଼ ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ବ୍ୟକ୍ତି ନିଜ ପରିବାର ସହିତ କିଛି ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିଲେ ! ସେମାନଙ୍କ ସହିତ ତାଙ୍କର ୧୨ ବର୍ଷୀୟା ନାବାଳିକା ଝିଅ ମଧ୍ୟ ଥିଲା ! ସେଠାରେ ନିଜ ନାବାଳିକା ଝିଅ ଉପରେ ବାପର ପାଶବିକ ଅତ୍ୟାଚାର ବଢ଼ିଯିବାରୁ ଝିଅର ମାଆ ରାକ୍ଷସ ସ୍ବାମୀଙ୍କୁ କେରଳରେ ଏକା ଛାଡ଼ି ପୁଅଝିଅଙ୍କୁ ଧରି ଘରକୁ ପଳାଇ ଆସିଥିଲେ ! ସ୍ତ୍ରୀ ଓ ପରିବାର ଚାଲି ଆସିବା ପରେ ଗତ ସପ୍ତାହେ ପୂର୍ବରୁ ଅଭିଯୁକ୍ତ ବାପ ମଧ୍ୟ କେରଳରୁ ଘରକୁ ପଳାଇ ଆସିଥିଲା ! ତେବେ ଏଠାରେ ବି ସେ ସୁଧୁରିବା ବଦଳରେ ନାବାଳିକା ଝିଅ ଉପରେ ପାଶବିକ ଅତ୍ୟାଚାର କରିଥିଲା ! ଏଥିରେ ଅତିଷ୍ଠ ହୋଇ ଶୁକ୍ରବାର ଅପରାହ୍ନରେ ପୀଡ଼ିତା ନାବାଳିକା ଲାଞ୍ଜିଗଡ଼ ଥାନାର ଦ୍ବାରସ୍ତ ହୋଇଥିଲା ! ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଭାରପ୍ରାପ୍ତ ଥାନାଧିକାରୀ ମମତା ହେମ୍ବ୍ରମ ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତ ବାପକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ ! ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୧୪/୨୩ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି ! ଘଟଣାଟି ଅଞ୍ଚଳରେ ଲଜ୍ଜାଜନକ ପରିସ୍ଥିତି ସ୍ରୁଷ୍ଟି କରିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସାଇକଲ ଷ୍ଟୋର ଉପରେ ଜିଏସ୍ଟି ଚଢ଼ାଉ

masiha

ରାଜପଥର ସୁଯୋଗ ନେଇ,ଲୁଟ’ପାଟରେ ଆତଙ୍କ

masiha

ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

Leave a Comment

error: Content is protected !!