ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା/ ଦି ମିରର ସୋସିଆଲ୍ ଫାଉଣ୍ଡେସନ ଓ ଜେପି ହସପିଟାଲ୍ ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ସେକ୍ଟର ୧୬ ଶୁଭଦ୍ରାପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ମିରର ର ଅଧ୍ୟକ୍ଷ ବିଶ୍ବଜିତ ରାଉତ ଙ୍କ ଆବାହକତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ଜେପି ହସପିଟାଲ୍ ର ସଂଯୋଜକ ସୁରେଶ ଶର୍ମା ଓ ସମାଜସେବୀ ବିଜୟ ସୁନ୍ଦରରାୟ ଓ ବିଭିନ୍ନ ଅନୁଷ୍ଠାନରୁ ପଶୁପତିନାଥ ଚାଟାର୍ଜୀ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ବସୁମତି ମହାନ୍ତି, ନିଲମ ସାହୁ, ଗ୍ରେସି ଡେଭିଡ୍, ମୀନାକ୍ଷୀ ପାଢୀ ପ୍ରମୁଖ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଶିବିରରେ ପ୍ରାୟ ୧୨୦ ଜଣ ଚକ୍ଷୁ ପରୀକ୍ଷା କରାଇ ଥିବା ବେଳେ ଆବଶ୍ୟକ ସ୍ଥଳେ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ

Sunil Chandra Nayak

ପୋଡା ଆଉଁଳି ଗ୍ରାମରେ ଝାଡା ବାନ୍ତି ରେ ଆଜି ତିନି ଆକ୍ରାନ୍ତ ,ଗତକାଲି ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!