ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

ତିର୍ତ୍ତୋଲ :- ପରିବେଶ ପରିସ୍ଥିତି ବିଗିଡି ଯାଉଥିବାରୁ ଋତୁଚକ୍ରରେ ପରିବର୍ତ୍ତନ ଆସୁଛି ! ଯାହାର ସମାଧାନ ବେଆଇନ ବୃକ୍ଷ କଟାକୁ ରୋକିବା ଏବଂ ବୃକ୍ଷ ରୋପଣ କରି ପରିବେଶକୁ ସବୁଜିମାମୟ କରାଇବା ! କିନ୍ତୁ ଏଠାରେ ଚିତ୍ର ସମ୍ପୂର୍ଣ୍ଣ ନିଆରା ! ଜନୈକ ବ୍ୟକ୍ତି ଏକ କାଗଜ ଖଣ୍ଡେ ଦେଖାଇ ତହସିଲଦାରଙ୍କ ଅନୁମତି ପତ୍ର କହି ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ନେଉଛନ୍ତି ! ସାଧାରଣରେ ଚର୍ଚ୍ଚା ହେଉଛି ଯେ ଏଇଟା ବିଭାଗୀୟ ପ୍ରଶାସନର ହାତସଫେଇ କାର୍ଯ୍ୟ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ଗ୍ରାମପଞ୍ଚାୟତ ର ନରୁଆ ବେଲଦଣ୍ଡା ଗ୍ରାମ ପୋଖରୀ କୂଳକୁ ଲାଗି 231 ନମ୍ବର ପ୍ଲଟରେ ଜଙ୍ଗଲ ସଂରକ୍ଷଣ ଜମି ଅବସ୍ଥିତ !ଯେଉଁଠାରେ ବହୁ ମୂଲ୍ୟବାନ ବୃକ୍ଷ ଲଗାଯାଇଛି ! ଏହି ଜଙ୍ଗଲ ଜମିକୁ ଲାଗି ରହିଛି ଜନୈକ ବ୍ୟକ୍ତିର ଜମି ! ଗ୍ରାମବାସୀଙ୍କ କହିବା ଅନୁସାରେ ଜନୈକ ଭଦ୍ରବ୍ୟକ୍ତି ଜଣକ ନିଜ ଜମି ପାଖରେ ଥିବା ସଂରକ୍ଷିତ ଜଙ୍ଗଲ ଜମିରୁ ଜୋର ଜବରଦସ୍ତ ମୂଲ୍ୟବାନ ଗଛଗୁଡ଼ିକ କାଟି ନେଇଯାଉଛି ! ଜଙ୍ଗଲ ସୃଷ୍ଟି ପାଇଁ ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ, ତହସିଲଦାର ଙ୍କ ନାମରେ ଏଠି ଚାଲିଛି ଜୋର ଯାର ମୂଳକ ତାର ନିତି ! ଏଥିପାଇଁ ଗ୍ରାମବାସୀଙ୍କ ତରଫରୁ ତିର୍ତ୍ତୋଲ ତହସିଲଦାର ଓ ଜଗନ୍ନାଥପୁର ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ! ଘଟଣା ସ୍ଥଳରେ ରାଜସ୍ବ ନିରୀକ୍ଷକ ପହଂଚି ଗଛ କଟାକୁ ବନ୍ଦ କରିବା ସହିତ ଏଥିପାଇଁ କୌଣସି ଅନୁମତି ପତ୍ର ଦିଆଯାଇନାହିଁ ବୋଲି ଗ୍ରାମବାସୀଙ୍କୁ କହିଥିଲେ ! କିନ୍ତୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଏଭଳି ମୂଲ୍ୟବାନ ଗଛ ସାଗମାଛ ମୂଲ୍ୟରେ କାଟିନେବାକୁ ତହସିଲଦାର ମହାଶୟ ଅନୁମତି ଦେଲେ କିପରି ? ରାଜସ୍ବ ନିରୀକ୍ଷକ କହୁଛନ୍ତି ଅନୁମତି ଦିଆଯାଇନି କିନ୍ତୁ , ଜନୈକ ବ୍ୟକ୍ତି ଦେଖାଉଛନ୍ତି ଖଣ୍ଡେ କାଗଜ ! ଲୋକ ଚର୍ଚ୍ଚା ହୁଏ ଯେ,ଏହା ଭିତରେ କିଛି ତହସିଲଦାର ଙ୍କ ହାତ ସଫେଇ ରହସ୍ୟ ଲୁଚି ରହିନାହିଁ ତ ? ଦେଖିବାକୁ ରହିଲା ତିର୍ତ୍ତୋଲ ତହସିଲଦାର କରୁଛନ୍ତି କଣ ???

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜାତୀୟ ବାଳିକା ଦିବସ ପାଳିତ 

masiha

ବିଦ୍ୟାଳୟ ପାଠ ପଢାରୁ ପ୍ରେମ, ପ୍ରେମୀ ଯୁଗଳ ହେଲେ ମନ୍ଦିରରେ ବିବାହ, କେଉଁ କାରଣ ଯୋଗୁଁ ଝିଅ ରହିଛି ସଖି ଗୃହରେ 

masiha

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

masiha

Leave a Comment

error: Content is protected !!