ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଜେପି ଦଳୀୟ ନେତା ଓ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

କାମାକ୍ଷାନଗର (ମନିସ )3/3/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲ୍ୟାଣ ମଣ୍ଡପ ଠାରେ ଗତ କାଲି ସନ୍ଧ୍ୟାରେ ଦିନିକିଆ ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ।ଏଠାରେ ପହଁଚିବା ପରେ ତାଙ୍କୁ ଦଳୀୟ କର୍ମକର୍ତ୍ତା ମାନେ ଉତ୍ତରିୟ ଓ ପୂଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପରେ ପରେ ଏଠାରେ ବରିଷ୍ଠ ବିଜେପି ନେତା ବିଭୁତି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଜେପି ଦଳର ବୁଥ ସ୍ତରୀୟ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ।ଦଳୀୟ ନେତା କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ବୁଥସ୍ତରକୁ କିଭଳି ମଜଭୂତ କରାଯାଇ ପାରିବ ଓ ଅଧିକରୁ ଅଧିକ ଲୋକ ବିଜେପି ଦଳ ସହ ଜଡିତ ହୋଇ ରହିବେ ସେ ବିଷୟରେ ଆଲୋଚନା କରିଥିଲେ।କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇିଁ ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଥିବା ବେଳେ ତାହାକୁ ଓଡିଶା ସରକାର ଚୋରି କରି ନିଜ ନାମରେ କରୁଛନ୍ତି।ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି।୨୦୨୪ ଢେଙ୍କାନାଳରେ ବିଜେପି ଏମପି ସିଟ ଜିତିବା ସହ ରାଜ୍ୟରେ ମଧ୍ୟ ବହୁମତ ପାଇବା ସହ ସରକାର ମଧ୍ୟ ଗଠନ କରିବଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ ଦେଇ ଛନ୍ତି ।ଏଠାରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି, ଶତ୍ରୁଘନ ଜେନା ,ବିଭୁତି ପ୍ରଧାନ ସରୋଜକାନ୍ତ ବେହେରାଙ୍କ ସମେତ ଚାରୋଟି ବ୍ଲକର ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

ଭବାନୀପାଟଣା ବ୍ଳକ କଂଗ୍ରେସ ପକ୍ଷରୁ ୯ ଦଫା ଦାବିନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ

masiha

ବାବା ଅଲିଖାନ୍  ଜିଲ୍ଲା କଂଗ୍ରେସ କମିଟିର ନୂତନ ସମ୍ପାଦକ ଭାବେ ମନୋନୀତ

masiha

Leave a Comment

error: Content is protected !!