ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଣପୁର ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ

ବାଣପୁର:- ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଙ୍କ ତ୍ଵତାଅବଧାନରେ ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ପଟ୍ଟନାୟକ ଙ୍କ ଶହେସାତ ବର୍ଷ ଜୟନ୍ତୀ ପାଳିତ ହୋଇଯାଇଛି l ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ଅବସରରେ ଅଧ୍ୟକ୍ଷ ମିଟୁ ନାୟକ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ବିଜୁ ଜନତା ଦଳର ସମସ୍ତ କର୍ମୀ ପ୍ରଥମେ ବିଜୁ ପାର୍କରେ ଥିବା ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଓ ତାପରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ବାଣପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପରିଶେଷରେ ବିଜୁ ପାର୍କ ନିକଟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣପୁର ବିଜ୍ଞାପିତ ଅଞ୍ଚଳର ବିଜୁ ଜନତା ଦଳର ସମସ୍ତ କାଉନସିଲର ସଭ୍ୟ ସଭ୍ୟା ଓ ବାଣପୁର ଅଞ୍ଚଳର ସମସ୍ତ ବିଜୁ ଜନତା ଦଳର କର୍ମୀ ଉପସ୍ଥିତଥିଲେ l

ବାଣପୁରରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ବିଜାତଳା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ବିଜାତଳା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

masiha

ଯୁବ ନେତା ଦ୍ବାରିକା ମହାପାତ୍ର ହେଲେ ପ୍ରଚାର କମିଟି ଅଧକ୍ଷ 

masiha

Leave a Comment

error: Content is protected !!