ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫ୍ଲେଟ

ରାଇଘର ୫/୩ ନବରଙ୍ଗପୁର ଜିଲା ରାଇଘର ବ୍ଲକର ଟିମନପୁର ଅଞ୍ଚଳରେ ମାଓ ଲିଫ୍ଲେଟ ପଡିଥିବା ଦେଖିବାକୁ ମିଳିଛି ।ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ବେଳେ, ବର୍ତ୍ତମାନ ଆଦିବାସୀ ମାନଙ୍କ ଜମି କୁ ବଙ୍ଗାଳି ମାନଙ୍କୁ ଦେବା ବନ୍ଦ କରିବା ପାଇଁ ଟିମନପୁର ଅଞ୍ଚଳରେ ଉଦନ୍ତୀ ଏରିଆ ମାଓ କମିଟି ପକ୍ଷରୁ ଲିଫ୍ଲେଟ ପକେଇ ଥିବା ଦେଖିବାକୁ ମିଳିଛି।ଏହି ଲିଫ୍ଲେଟ ରେ ବଙ୍ଗାଳୀ ଲୋକ ମାନଙ୍କୁ ଭାରତ ସରକାର ତରଫରୁ ପଟ୍ଟା ଜମି ଦିଆଯାଇ ଥିବା ବେଳେ, ୨୦୦୬ ମସିହାରୁ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟା ଦେବା ନିୟମ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟା ମିଳିନାହିଁ,ଏବଂ ବଙ୍ଗାଳୀ ଲୋକ ଆଦିବାସୀ ମାନଙ୍କ ଜମି କୁ ଦଖଲ କରିବା ସହ ସ୍ତ୍ରୀ, ଝିଅ ମାନଙ୍କୁ ଅପହରଣ କରୁଛନ୍ତି ତେଣୁ ହଳଦୀ, ହାତୀଗାଁ, କୁରାବେଡା, ନକଟିସିମୋଡ଼ା, ଟିମାନପୁର ମୁଣ୍ଡିବେଡ଼ା, ଗୋନା ଓ କୁନ୍ଦେଇ ପଞ୍ଚାୟତ ମଧ୍ୟରେ ଆଦିବାସୀ ମାନଙ୍କ ଜମି କୁ ବଙ୍ଗାଳୀ ମାନେ ଦଖଲ କରିଛନ୍ତି ତୁରନ୍ତ ଛାଡିବା ପାଇଁ ମାଓବାଦୀ ଉଦନ୍ତୀ ଏରିଆ କମିଟି ପକ୍ଷରୁ ଚେତାବନୀ ଦେଇଛନ୍ତି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ପୁଲିସ ର ତଦନ୍ତ ଜାରି

masiha

ସିସିଟିଭି ଭାଙ୍ଗି ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା,ରୂପା ଗହଣା ସହ ୩୦ ହଜାରୁରୁ ଉର୍ଦ୍ଧ ଟଙ୍କା

Sunil Chandra Nayak

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

Leave a Comment

error: Content is protected !!