ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଂଚାୟତ ସମିତି ବୈଠକ ଅନୁଷ୍ଠିତ , ବିଡ଼ିଓ ସାଜିଛି ବିଜେଡି ଏଜେଣ୍ଟ -ସନ୍ତୋଷ 

ଚନ୍ଦାହାଣ୍ଡି ,୪।୩(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସମ୍ମିଳନୀ କକ୍ଷଠାରେ ଅଧକ୍ଷା ସୁମିତ୍ରା ପୂଜାରୀଙ୍କ ଅଧକ୍ଷତାରେ ପଞ୍ଚମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ମାଝୀ,ଓଡ଼ିଶା ଉଠାଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ , ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ, କେତକୀମଲ୍ଲୀ ଗୌଡ଼,ଉପାଧ୍ୟକ୍ଷ ବାସୁଦେବ ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ l ସଭାକାର୍ଯ୍ୟ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଦ୍ୱାରା ସରକାରଙ୍କ ଦ୍ଵାରା ସମ୍ପାଦିତ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ନେଇ ସଭା ସମ୍ମୁଖରେ ତଥ୍ୟ ଉପସ୍ଥାପନା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ l ଜନପ୍ରତିନିଧିମାନେ ସର୍ବ ପ୍ରଥମେ ବିଜୁଳି ବିଭାଗର ଅଧିକାରୀମାନେ ସାଧାରଣ ଜନତା ତଥା ଖାଉଟି ମାନଙ୍କୁ ବିଜୁଳି ବିଲ୍ ମନଇଚ୍ଛା ବୃଦ୍ଧି କରି ଲୁଟ କରୁଥିବା ନେଇ ବିରକ୍ତି ପ୍ରକାଶ କରିଥିଲେ l ଏପରିକି ବିଭାଗୀୟ ଯନ୍ତ୍ରୀ ସମର ବଲ୍ଳଭ ସାହୁ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଭିଜିତ୍ ପାଢ଼ୀ ଙ୍କ ବ୍ୟବହାର ଉପରେ ଅତିଷ୍ଠ ହୋଇ ସମ୍ମାନର ସହ ଲୋକଙ୍କ ସହ ଜନପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ମାନ ଜଣାଇବା ପାଇଁ ଶିଖନ୍ତୁ ବୋଲି ଉପସ୍ଥିତ ବିଧାୟକ ଓ ସାଂସଦ ଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ସଭ୍ୟା କହିଥିବା ବେଳେ ଶିଶୁ ବିକାଶ ବିଭାଗର ଶିଶୁ ଓ ମହିଳା ମାନଙ୍କ ପାଇଁ ଦିଆଯାଉଥିବା ଛତୁଆ ଖାଦ୍ୟ ନିମ୍ନମାନର ହେବା ଯୋଗୁଁ ହିତାଧିକାରୀ ନଖାଇ ସାବୁନ୍, ଲୁଣ, ପାଇଁ ବଦଳାଉ ଥିବା ନେଇ ଅଭିଯୋଗ ହୋଇଥିଲା l ତୁରନ୍ତ ଏହାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଛତୁଆ ନିର୍ମାଣ କାରୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ତୁରନ୍ତ ଉକ୍ତ ନିର୍ମାଣ ଓ ବଣ୍ଟନ ଠିକା ଦାୟିତ୍ବ ରୁ ବହିଷ୍କାର କରିବାକୁ ଜନପ୍ରତିନିଧିମାନେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ତାଗିଦ୍ କରିଥିଲେ l ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଉପ ସ୍ଵାସ୍ଥ୍ୟକେନ୍ଦ୍ର ରେ ଠିକ ଭାବେ ରହୁନଥିବା ବେଳେ ଅଧିକାଂଶ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ଗାଁ,ଗାଁ ବୁଲି ବେନିୟମ ଭାବେ ଇଞ୍ଜେକସନ ଔଷଧ ବିକି ବ୍ୟବସାୟ ଭୀତିରେ ଅର୍ଥ ଉପାର୍ଜନ ପାଇଁ ବୁଲୁଥିବା ବେଳେ ସରକାରୀ କାର୍ଯ୍ୟ କରିବାରେ ଅବହେଳା କରୁଛନ୍ତି ବୋଲି ମାଲଗାଁ ସରପଞ୍ଚ ଅଜିତ ପୋଟ୍ଟା ସମେତ ଅଞ୍ଚଳ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବୈଠକରେ ଅଭିଯୋଗ କରିଥିଲେ l ବିଭାଗ ତରଫରୁ ଖୁବ୍ ଶୀଘ୍ର ଉକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ପ୍ରତିଶୃତି ଦେଇଥିଲେ l ବନ ବିଭାଗର ବନଅଧିକାରୀ ମାନେ ଚାରା ରୋପଣ ନକରି ବୃକ୍ଷରୋପଣ କାର୍ଯ୍ଯକ୍ରମ ଦର୍ଶାଇ ବିଲ କରି ସରକାରୀ ଅର୍ଥ ହଡପ କରାଉଥିବା ନେଇ ଦର୍ଶାଉଥିବା ବେଳେ ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଥିବା ନେଇ ବୈଠକରେ ହଟ୍ଟଗୋଳ ସ୍ରୁଷ୍ଟି ହୋଇଥିଲା l ବୈଠକରେ ମତ୍ସ୍ୟ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ, ରାଜସ୍ୱ ବିଭାଗ ସମେତ କୃଷି ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ସେବା ସମୂହର ସଫଳ ରୂପାୟନ ଓ ସାଧାରଣ ଜନତା ଏଥିରେ କିଭଳି ଲାଭ ଉଠାଇ ପାରିବେ ଏନେଇ ଅଧିକାରୀ ମାନେ ଉପସ୍ଥାପନ କରିଥିଲେ l ସୂଚନା ଯୋଗ୍ୟ ଯେ ସଭା କାର୍ଯ୍ୟ ପ୍ରାରମ୍ଭରୁ ସଭାରେ ଉପସ୍ଥିତ ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରଷ ମାଝୀ, କୋଇଲିମୁଣ୍ଡା ସମିତି ସଭ୍ୟ ତିଲକ ସିଂ ପୋଡ଼ , ଫଟକି ସମିତି ସଭ୍ୟ ସନ୍ତୋଷ କୁମାର ପଟ୍ଟନାୟକ ସଭା କାର୍ଯ୍ୟ ପାଇଁ ଦିନ ୧୦ଟାରେ ନିର୍ଦ୍ଧାରିତ ଥାଇ ସମୟ ଅତିବାହିତ ହୋଇ ଅପରାହ୍ନ ୧୨ଟା ପରେ ବି ବୈଠକ ଆରମ୍ଭ ହୋଇନଥିବାରୁ ବିରକ୍ତି ପ୍ରକାଶ କରି କକ୍ଷ ତ୍ୟାଗ କରିବା ସହ ସ୍ଥାନୀୟ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ରାଜନୀତି କରିବା ସହ ବିଜେଡି ଦଳ ର ଏଜେଣ୍ଟ ସାଜି ପାତର ଅନ୍ତର ନୀତି କରୁଛନ୍ତି, ଠିକ ସମୟରେ ବିଭାଗୀୟ କର୍ମଚାରୀ ଓ ଲୋକ ପ୍ରତିନିଧି ପହଂଚି ଥିବା ବେଳେ ମଧ୍ୟ ବିଡ଼ିଓ ଙ୍କ ଅବହେଳା ମନୋବୃତି ଯୋଗୁଁ ବୈଠକ ଛାଡିଥିବା ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ, ପୌରୁଷ ମାଝୀ, ନିରୁପମା ଧୂରୁଆ, ମୁନା ପୋଡ଼ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଖୋଦ ସାଂସଦ ଉପସ୍ଥିତ ଥିବା ବେଳେ ତାଙ୍କ ପ୍ରତିନିଧି ଙ୍କୁ ବୈଠକ ରେ ସ୍ୱତନ୍ତ୍ର ଭାବେ ଅତିଥି ଆସନ ଦିଆଯାଉଛି ବୋଲି ସମିତି ସଭ୍ୟ ପୌରୁଷ ମାଝୀ ଅଭିଯୋଗ କରିଥିଲେ l ବୈଠକରେ ପିଡବ୍ଲୁଡି, ଆରଡି,ଅବକାରୀ, ପୋଲିସ ବିଭାଗ ଭଳି ଅଧିକାରୀ ଅନୁପସ୍ଥିତ ଦେଖି ସାଂସଦ ଓ ଉଠା ଜଳସେଚନ ର ଉପଦେଷ୍ଟା ବିଡ଼ିଓ ଙ୍କୁ ତାଗିତ କରିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ପ୍ରସିଦ୍ଧ ପୂର୍ଣେଶ୍ବର ଶୈବପୀଠରେ ଦୈବୀ ମିଳନର ଅନ୍ୟନ୍ୟ ପର୍ବ ଶିବ ଵିଵାହ

masiha

ଶବ ରଖି ଥାନା ସମ୍ମୁଖରେ ଧାରଣା 

masiha

ଭଗ୍ନ ଅବସ୍ଥାରେ କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟ ,ବାଜିରେ ଲାଗିଛି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ, ନିଦାବିଷ୍ଣୁ ଶିକ୍ଷା ବିଭାଗ

masiha

Leave a Comment

error: Content is protected !!