ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା

କଳାହାଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା ପରିଷଦ ଭବାନୀପାଟଣା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପରିଷଦର ପ୍ରତିଷ୍ଠାତା ତଥା ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା, ବରିଷ୍ଠ ଅଧିବକ୍ତା ଜଗନ୍ନାଥ ମୁଣ୍ଡ, ମାର୍ଗଦର୍ଶକ ସୁଧୀର ଚନ୍ଦ୍ର ପଣ୍ଡା ଓ କବି ସୋହନଲାଲ ଅଗ୍ରୱାଲ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ସମ୍ପାଦକ ଭବନାଥ ରାୟଗୁରୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପୂର୍ଵ ବର୍ଷର କାର୍ଯ୍ୟସୂଚୀକୁ ଉପସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ଉପସ୍ଥାପନା କରିଥିଲେ | କାର୍ଯ୍ୟକାରୀ ସଦସ୍ୟ ଗୋପାଳ ସାହୁ ବାର୍ଷିକ ଆୟବ୍ୟୟର ହିସାବ ଦେଇଥିଲେ | ସର୍ବସମ୍ମତି କ୍ରମେ ପୂର୍ଵ ସମିତିକୁ ପୁଣି ଦୁଇ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ଘୋଷଣା କରାଯାଇଥିଲା | କାର୍ଯ୍ୟକାରୀ ସଦସ୍ୟ ଶୁଭେନ୍ଦୁ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ନୂତନ କାର୍ଯ୍ୟକାରୀ ସଦସ୍ୟ ଭାବେ ସନ୍ତୋଷ ରଥ,ଅର୍ଜୁନ ପଟ୍ଟନାୟକ ପ୍ରବୀର ମିଶ୍ର, ନମିତା ମିଶ୍ର ଓ ସସ୍ମିତା ମହାନ୍ତିଙ୍କୁ ତଥା ଉପଦେଷ୍ଟା ଭାବେ ଭାଗିରଥି ଭୋଇଙ୍କୁ ମନୋନୀତ କରାଯାଇଥିଲା | ଆଇନ ପରାମର୍ଶଦାତା ଦିଲୀପ କୁମାର ସା ସହଯୋଗ କରିଥିଲେ |ଏଥିରେ ବହୁ ସଭ୍ୟସଭ୍ୟା ଓ ସଂସ୍କୃତିପ୍ରେମୀ ଓ ପରିଷଦ ର ବହୁସଂଖ୍ୟକ ସଭ୍ଯ ସଭ୍ୟା ଉପସ୍ଥିତ ଥିଲେ |

ଅର୍ଜ୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ , ସହ ସମ୍ପାଦକ

Related posts

ଝରପାରି ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ 

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

masiha

ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ 

masiha

Leave a Comment

error: Content is protected !!