ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କ ନୂଆପଡା ଗସ୍ତ – ୭୬୫ ରୁ ଉର୍ଦ୍ଧ୍ବ ଟଙ୍କା ର ପ୍ରକଳ୍ପର ଉଦଘାଟନ

ନୂଆପଡା,// ଦୁଇ ବର୍ଷ ପରେ ପୁଣିଥରେ ମୁଖ୍ୟ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତ କୁ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ୨୦୨୧ ରେ ଖଡ଼ିଆଳ ଆସି ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ର ଉଦଘାଟନ କରିଥିଲେ । ଆଜି ବିଶେଷ କରି ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲା ଗସ୍ତ ସମୟରେ ସ୍ୱତନ୍ତ୍ର ହେଲିକପ୍ଟର ସାହାଯ୍ୟ ରେ କୋମନା ବ୍ଲକ ସିଲେଟପାଣି ଠାରେ ପହଂଚି ପ୍ରଥମେ ଘାଟିପଡ଼ା ଠାରୁ ଚଳନା ପର୍ୟ୍ୟନ୍ତ ଦୀର୍ଘ ୧୧୦ ଦଶ କିଲୋମିଟର ରାସ୍ତା ପାଇଁ ୩୫୦ କୋଟି ର ପ୍ରକଳ୍ପ କୁ ଉଦଘାଟନ କରିଥିଲେ । ପରେ ୧୫ କୋଟି ବ୍ୟୟ ରେ ନିର୍ମିତ ଦୁଇଟି ମୁଖ୍ୟମନ୍ତ୍ରୀ ସଡକ, ୧୨.୩୯ କୋଟି ବ୍ୟୟ ରେ ଖରିଆର ରୋଡ଼ ଓ ଖଡ଼ିଆଳ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ପାଞ୍ଚ ଗୋଟି ବ୍ଲକ ଯଥା ନୂଆପଡା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ରେ ୨.୫ କୋଟି ବ୍ୟୟ ରେ ନିର୍ମିତ ମିଶନ ଶକ୍ତି ଗୃହ, ୧୧ କୋଟି ବ୍ୟୟ ରେ ଗ୍ରାମାଞ୍ଚଳ ରେ ପାଇପ ଯୋଗେ ଜଳଯୋଗାଣ ଯାହାକି ନୂଆପଡା ବ୍ଲକ ର ଗୋଡଫୁଲା, ପରକୋଡ଼, କୋଦୋମେରି ଓ ବୋଡେ଼ନ ଓ କୋମନା ବ୍ଲକ ର ବିଭିନ୍ନ ଗାଁ ପାଇଁ । ସେହିଭଳି ୧୧୧ କୋଟି ଟଙ୍କା ବ୍ୟୟରେ ଉପାନ୍ତ ଅଂଚଳ ରେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ମାନ ଉଦଘାଟନ କରିଥିଲେ । ସମୁଦାୟ ୧୮୩ ଗୋଟି ପ୍ରକଳ୍ପ ମଧ୍ୟରୁ ୧୦୩ ଗୋଟି ର ଉଦଘାଟନ କରିଥିବା ବେଳେ ୮୦ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ । ତା ସହ ଜିଲ୍ଲାର ୧୦୫୯ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ବିନା ସୁଧ ହାର ରେ ୨୫ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଏହି ଐତିହାସିକ ଗସ୍ତ ନୂଆପଡା ବାସୀ ଙ୍କୁ କୋଟିକୋଟି ଟଙ୍କାର ପ୍ରକଳ୍ପ ଭେଟି ପାଇଁ ସ୍ଥାନୀୟ ବିଜେଡି ନେତା ଓ ମନ୍ତ୍ରୀ ନୂଆପଡା ବାସୀ ଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରି ଙ୍କ ସମେତ , 5T ସଚିବ ଭିକେ ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ । ଅପରପକ୍ଷରେ ଖଡ଼ିଆଳ କୁ ମୁନିସିପାଲଟି ସହ ସବଡିଭିଜନ ର ମାନ୍ୟତା , ସିନାପାଲି କୁ NAC ସହ ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରି ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲାର ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ଦେଖିବା କୁ ମିଳିଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ  — ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ

masiha

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

masiha

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!