ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ବର୍ଷ ପରେ ଫେରି ପାଇଲେ ବାପାଙ୍କ ନାମର ଚାଉଳ କାର୍ଡ

ବନ୍ଧୁଗାଁ ତା ୫/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତର ଗୋତିପୁଟର ୪ ଜଣ ଅନାଥ ଛୁଆର ବାପା ନିଜ ଝିଅର ବିବାହ କାର୍ଯ୍ଯ ପାଇଁ ୧୦ ବର୍ଷ ତଳେ ବନ୍ଧକ ରଖିଥିବା ରେସନ କାର୍ଡ ସହିତ ଚାଉଳ ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କ ଚେଷ୍ଟାରେ ଫେରି ପାଇଲେ। ଆଜକୁ ୧୦       ବର୍ଷ ତଳେ ଗରୀବ ପୋଲେୟା ଟ୍ରେପେକା ନିଜ ବଡ ଝିଅ ନମିତା ଟ୍ରେପେକା ଙ୍କୁ ବିବାହ କାର୍ଯ୍ୟରେ ଭୋଜି ଦେବା ପାଇଁ ହାତରେ ଟଙ୍କା ନ ଥିବା ଯୋଗୁଁ ବାଧ୍ୟ ହୋଇ ତୁରୁକୁପେଟା ଗ୍ରାମର ଜଣେ ଲୋକଙ୍କ ପାଖରେ 5 ହଜାର ଟଙ୍କା ରେ ରେଶନ କାର୍ଡ ବନ୍ଧକ ରଖିଥିଲେ । ଝିଅର ବିବାହ ପରେ ଗରୀବ ପୋଳେୟା ଟ୍ରେପେକାଙ୍କ ତିନି ଝିଅ ,ଦୁଇ ପୁଅ ଓ ସ୍ୱାମୀ ସ୍ତ୍ରୀ ମିଶି ମୋଟ ୭ ଜଣ ବହୁ କଷ୍ଟରେ କୁଲିମଜୁରି କରି ଚଳି ଆସୁଥିଲେ । ହଠାତ ୨୦୧୪ ମସିହାରେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା ଆଉ ସେମାନେ ବନ୍ଧକ ରଖିଥିବା ରେସନ୍ କାର୍ଡ ଆଉ ମୁକୁଳାଇ ପାରି ନ ଥିଲେ । ବନ୍ଧକ ରଖିଥିବା କାର୍ଡ ସ୍ତ୍ରୀ ଜାଣିବା ଅନୁଯାଇ ୫ ହଜାର ଟଙ୍କା କିନ୍ତୁ ପରବର୍ତ୍ତୀ ସମୟରେ ବନ୍ଧକ ରଖିଥିବା ବ୍ୟକ୍ତି ଜଣକ ୧୨ ହଜାର ଟଙ୍କା ଦେଲେ ଚାଉଳ କାର୍ଡ ନେବା ପାଇଁ ଜାଣିବାକୁ ପାଇଥିଲେ। ସ୍ୱାମୀର ମୃତ୍ୟୁ ବରଣ ହେବାର ପ୍ରାୟ ୬ ମାସ ପରେ ସ୍ତ୍ରୀ ବୁନ୍ଦେ ଟ୍ରେପେକା ନିଜର ୬ ଜଣ ଛୋଟ ଛୋଟ ପିଲାଙ୍କୁ ଛାଡ଼ି ରାୟଗଡ଼ା ଜିଲ୍ଲାର ରାଇକୋଣା ଗ୍ରାମର ଜଣେ ଲୋକଙ୍କ ସ୍ତ୍ରୀ ଭାବରେ ଚାଲି ଯାଇଥିଲେ। ମାଆ ଅନ୍ୟ ସ୍ବାମୀଙ୍କୁ ଯିବା ପରେ ୬ ଜଣ ଅସହାୟ ପିଲାଙ୍କ ଭିତରୁ ୧) ସମିତା ଟ୍ରେପେକା ଗାଁର ଜଣେ ଯୁବକକୁ ବିବାହ କରିଥିଲା ବେଳେ ୨) ଆନାଜି ଟ୍ରେପେକା (ପୁ) ୧୫ ବର୍ଷ ବାଉଁଶପୁଟ ଗ୍ରାମରେ ନିଜ ସଂପର୍କୀୟ ଙ୍କ ଘରେ ଚାଲି ଗଲେ ,୩) ସାଞ୍ଜିନି ଟ୍ରେପେକା (ମ) ୧୩ ବର୍ଷ ଓ ୪) ରଞ୍ଜିନୀ ଟ୍ରେପେକା (ମ) ୧୧ ବର୍ଷ ଦୁଇ ଜଣ ନିଜ ଗାଁ ରେ ଥିବା ବଡ ବାପାଙ୍କ ଘରକୁ ଚାଲି ଯାଇଥିଲେ। ଶେଷରେ ସବା ସାନ ପୁଅ ୫) ଅଞ୍ଜୀ ଟ୍ରେପେକା (ପୂ) ୮ ବର୍ଷ ସେ କାହା ଠାରେ ଓ କେଉଁଠି ରହିଛନ୍ତି ଜାଣିନାହାନ୍ତି। ଅସହାୟ ଅବସ୍ଥାରେ ଥିବା ତିନି ଭାଇ ଭଉଣି ଚାଉଳ ପାଉ ନ ଥିବା ବିଷୟ ଲିଖିତ ଭାବରେ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କୁ ଦେଇଥିଲେ । ସରପଞ୍ଚ ସଙ୍ଗେ ସଙ୍ଗେ ଯୋଗାଣ ସହାୟକଙ୍କୁୁ ଅଭିଯୋଗ କରିବାରୁ , ସେ  ଯିଏ ଚାଉଳ କାର୍ଡ ନେ଼ଇ ଆସିବ ତାଙ୍କ ଚାଉଳ କାର୍ଡ କୁ ରଖି ଆଉ ଚାଉଳ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଆଜି ତୁରୁକୁପେଟା ଗ୍ରାମର ରୂପା ନାଗା ଉକ୍ତ ଚାଉଳ କାର୍ଡ ନେଇ ଆସିବା ପରେ ଯୋଗାଣ ସହାୟକ କାର୍ଡକୁ ଅଟକାଇ ସରପଞ୍ଚଙ୍କୁ ଜଣାଇ ଥିଲେ । ସରପଞ୍ଚ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଅନାଥ ଥିବା ପିଲାମାନଙ୍କ ଦୁଃଖ ଜଣାଇଥିଲେ। ଲୋକଟି ମୋର ୧୨ ହଜାର ଟଙ୍କା ଦେଇ କାର୍ଡ ନେବାକୁ କହିବାରୁ ସରପଞ୍ଚ ମୁଁ ପିଲା ମାନଙ୍କୁ ନେଇ ଥାନାକୁ ଯାଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ଜଣାଇଥିଲେ। ଶେଷରେ ସରପଞ୍ଚ ଗଣମାଧ୍ୟମକୁ ସୂଚନା ଦେବା ପରେ ଆମେ ପାଖରେ ପହଞ୍ଚି ଲୋକକୁ ବୁଝାଇବା ପରେ ଦୟାଳୁ ବ୍ୟକ୍ତି ଜଣକ ବହୁ ଚିନ୍ତା କରି କାର୍ଡ ଛାଡ଼ି ପିଲାଙ୍କୁ ଚାଉଳ ଦେଇଦେବ ପାଇଁ ଜଣାଇ ଚାଲିଗଲେ। ସରପଞ୍ଚ ସେହି ଅନାଥ ଚାରି ଜଣଙ୍କୁ ଚାଉଳ ଦେଇ ଘରକୁ ପଠାଇ ଦେଇଥିଲେ। ଅନାଥ ଚାରି ଜଣ ଭାଇଭଉଣୀ ଅତି ଖୁସୀରେ ଚାଉଳ ପାଇ ଘରକୁ ନେଇଥିଲେ । ଆଜି ଅନାଥ ଚାରି ଭଉଣୀ କିଏ କେଉଁ ଠାରେ ଅଛନ୍ତି ଏକାଠି କରି ପିଲାଙ୍କ ମୁହଁରେ ହସ ଫୁଟାଇ ଥିବାରୁ ସରପଞ୍ଚ ଙ୍କୁ ବହୁ ବୁଦ୍ଧିଜୀବି ଧନ୍ୟବାଦ ଜଣାଇଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ

masiha

ପୋଢ଼ବଳି ସହ ଶେଷ ହେଲା ନିୟମରଜା ପରବ  ୧୧୨ ଆଦିବାସୀ ଗାଁରୁ ସାମିଲ ହେଲେ ଶହ ଶହ ଡଙ୍ଗରିଆ କନ୍ଧ ପରିବାର

masiha

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!