ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

ଜୁନାଗଡ଼,୫/୩(ମ ନି ସ ) ଜୁନାଗଡ଼ ନିକଟସ୍ଥ ଦାବଝରଣ ସ୍ଥିତ ନାୟକ ଫାର୍ମ ହାଉସ ଠାରେ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭା ରେ ଶିକ୍ଷା ବିକାଶ ପରିଷଦ ର ସଭାପତି ପ୍ରଫେସର ଗୋପବନ୍ଧୁ ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବେ ସଞ୍ଜୟ କୁମାର ଶତପଥୀ (କୁଳପତି, କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ), ସ୍ୱାମୀ ପରମାନନ୍ଦ ସରସ୍ବତୀ,ପଦ୍ମଶ୍ରୀ ପଟାୟତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ l ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମାଁ ଲଙ୍କେଶ୍ୱରୀ ଙ୍କ ଠାରେ ପୂଜାର୍ଚନା ପୂର୍ଵକ ଦୀପ ପ୍ରଜ୍ବଳନ କରାଯାଇଥିଲା ।ଏହା ପରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ହାବସପୁର ଶିଶୁ ମନ୍ଦିର ର ଛାତ୍ରୀ ମାନେ l ଅନୁଷ୍ଠିତ ସଭା ରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପରିଷଦ ର ଉପ-ସଭାପତି ଜଗନ୍ନାଥ ମୁଣ୍ଡ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଉପ-ସଭାପତି ବିଶ୍ୱନାଥ କର,ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଶିକ୍ଷା ବିକାଶ ପରିଷଦ ର ସମ୍ପାଦକ କୃଷ୍ଣlବତାର ଦେଓ l ଏହା ପରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ରମେଶ ଚନ୍ଦ୍ର ନାୟକ ଙ୍କୁ ମହାରାଜା ପ୍ରତାପ କେଶରୀ ଦେଓ ସମ୍ମାନ, ଡ଼. ଦାଶରଥି ଆଚାର୍ଯ୍ୟ ଙ୍କୁ ପ୍ରଫେସର ଭୁବନେଶ୍ୱର ବେହେରା ସମ୍ମାନ, ତ୍ରିଲୋଚନ ବାଗ ଙ୍କୁ ନୀର-ସୁରେଶ ଚନ୍ଦ୍ର ବେହେରା ସମ୍ମାନ,ସ୍ୱାମୀ ପରମାନନ୍ଦ ସରସ୍ବତୀ ଙ୍କୁ ଅଚ୍ୟୁତାନନ୍ଦ ମୁଣ୍ଡ ସମ୍ମାନ, ଫକୀର ଚରଣ ନାଏକ ଙ୍କୁ ରାମ ଚନ୍ଦ୍ର ପାତ୍ର ସମ୍ମାନ, ସୁଶ୍ରୀ ବୈଜୟନ୍ତୀ ମିଶ୍ର ଙ୍କୁ ଚମେଲୀ ଦେବୀ -ଦ୍ୱାରକାନାଥ ପୁରସ୍କାର ଓ ସୁଶ୍ରୀ ଓମ ପ୍ରିୟା ସାମଲ ଙ୍କୁ ପୁଝାରୀ ଡମ୍ବରୁଧର ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନ ର ସଭ୍ୟ ଦେବେନ୍ଦ୍ର।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

Sunil Chandra Nayak

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

masiha

Leave a Comment

error: Content is protected !!