ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ 

ଭବାନିପାଟଣା ତା ୬.୩.୨୦୨୩:ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ର ସହଯୋଗରେ ସ୍ଥାନୀୟ ଇ.ଟି.ସି ପଡିଆ ଏବଂ ଟାଉନ ହଲ ଭବାନୀପାଟଣା ଠାରେ ମାର୍ଚ୍ଚ ୫ ତାରିଖ ଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ସପ୍ତାହ ପାଳନ ହେଉଅଛି । ଏହି ଅବସରରେ ଆଜି ଟାଉନ ହଲରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି . ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର , ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ , କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି . ଅନ୍ଵେଷା ରେଡ୍ଡୀ , ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର , ଶ୍ରୀ ଦୀପକ ଅଗ୍ରୱାଲ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଯାମି ସୂର୍ଯ୍ୟ ରାଓ , ଉଦ୍ୟାନ କୃଷି ଉପ ନିର୍ଦେଶକ ଶ୍ରୀ କିଶୋର ମହାଲିଙ୍ଗ ଯୋଗଦାନ କରିଥିଲେ । ମୁଖ୍ୟ ଅତିିଥି ଶ୍ରୀ ସୁଜିତ୍ କୁମାର ଓ ଅନ୍ୟ ଅତିଥି ମାନେ କଳାହାଣ୍ଡିରେ କୃଷି ଓ ଉଦ୍ୟାନ ଭିତ୍ତିକ ଉଦ୍ୟୋଗ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉଦ୍ୟୋଗ, ମତ୍ସ୍ୟ, ଛତୁ ସମ୍ପର୍କିତ ,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଂଶୀଦାର ହୋଇ ଉଦ୍ୟୋଗ, ପର୍ଯ୍ୟଟନ ସ୍ଥଳୀ ରେ ରିଶୋର୍ଟ, ଏମ ଏସ ଏମ ଇ ରେ ଶିଳ୍ପ ସହ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦେଇ ସରକାରଙ୍କ ବିଭିନ୍ନ ସ୍କିମ୍ ରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆହ୍ବାନ କରିଥିଲେ।

ଶ୍ରୀ ରାଜନ ବାବୁ , ବି. ଆର . ଡ଼ି . ଏ ହେଡ଼ , ବେଦାନ୍ତ ଆଲୁମିନା , ଶ୍ରୀ ସଂଜୀବ ସିଂହା , ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ , ଇଣ୍ଡିଆନ ପୋଟାସ ଲିମିଟେଡ଼ , ଶ୍ରୀ ଭୋଳା ଶଙ୍କର ଧରୁଆ , ଜିଲ୍ଲା ସଂଯୋଜକ ଆପିକାଲ , କଳାହାଣ୍ଡି , ଶ୍ରୀ ସୁଦାମ ଦେହୁରୀ , ଜିଲ୍ଲା ହସ୍ତଶିଳ୍ପ ବିଭାଗ , ଶ୍ରୀ ଧ୍ରୁବ ପ୍ରସାଦ ସିଂ , ମୁଖ୍ୟ ପ୍ରବନ୍ଧକ , ଅଗ୍ରଣୀ ବ୍ୟାଙ୍କ , କଳାହାଣ୍ଡି ଓ ସି. ଟି. ଟି. ସି. ଭବାନୀପାଟଣା ରୁ ଆସିଥିବା ଅଭିଜିତ କୁମାର ସାହୁ ବିଭାଗର ବିଭିନ୍ନ ଯୋଜନା , କାର୍ଯ୍ୟକ୍ରମ ଓ ଏହାକୁ ବିନିଯୋଗ କରି ଉଦ୍ୟୋଗୀ ମାନେ କିପରି ସଫଳ ହୋଇ ପାରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ . ଏହି ଉତ୍ସବ ରେ କଳାହାଣ୍ଡି ର ବିଭିନ୍ନ ଉଦ୍ୟୋଗୀ , ଏସ . ଏଚ . ଜି , ଡି ଆଇ ପି ଆର୍ ଓ ,ଅନ୍ୟ ସରକାରୀ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ତଥା ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । 

ଆଲୋଚନା ଚକ୍ର ପରେ ସମ୍ମାନନୀୟ ଅତିଥି ମାନେ ପ୍ରଦର୍ଶନୀ ପରିକ୍ରମା କରିଥିଲେ ଓ ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ।ଏହି ପ୍ରଦର୍ଶନୀ ପଡିଆ ରେ ୪୦ ଟି ଏମ ଏସ ଏମ ଇ ଏବଂ ଏସ୍ ଏଚ ଜି ଦ୍ଵାରା ବିଭିନ୍ନ ଉଦ୍ୟୋଗିକ ଷ୍ଟଲ୍ ଖୋଲାଯାଇଥିଲା।ଏହି ପ୍ରଦର୍ଶନୀ ମେଳା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୯ ତାରିଖ ଦିନ ଟାଉନ ହଲ ଠାରେ ଅନ୍ୟ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ ଶିଳ୍ପୋଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ମସିହା ନିଉଜ ସର୍ଭିସ୍ 

Related posts

ସୁସ୍ଥରେ ଜିଈଁବା ପାଇଁ ନିଶାନିବାରଣ ଓ ଶାରିରୀକ ପରିଶ୍ରମ ଜରୁରତା ନେଇ ଅଭିରାମ ଙ୍କ ଝାରସୁଗୁଡ଼ା ରୁ ରାଇରଙ୍ଗପୁର ସଚେତନତା ପଦଯାତ୍ରା 

Sunil Chandra Nayak

Proud of Cuttack Sadar Rabindranath pati passed away.

Sunil Chandra Nayak

ସୂଚନା ଅଧିକାର ଆଇନର ବ୍ଯବହାର ବ୍ୟାପକ ହେଉ — ଗୌତମ ରାୟ

Sunil Chandra Nayak

Leave a Comment

error: Content is protected !!