ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଖୁ ଦେଖୁ ଜଳି ଗଲା ଦୁଇଚାକିଆ ଯାନ

ନୂଆପଡା, // ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆହାର କେନ୍ଦ୍ର ସମ୍ମୁଖ ରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜ ସମ୍ମୁଖ ରେ ଏକ ଦୁଇ ଚକିଆ ଯାନ କୌଣସି କାରଣ ରୁ ଜଳି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଖଡ଼ିଆଳ ଥାନା ବିରିଘଟ ଗ୍ରାମର ସୁଦର୍ଶନ ହଂସ ଙ୍କ ଗାଡ଼ି ଓଡ଼ି ୦୩ଭି ୭୮୫୦ ପଲସର କୁ ନିଜ ସମ୍ପର୍କୀୟ ମାନେ ଗାଡ଼ି ଧରି ଖଡ଼ିଆଳ ସହର କୁ କୌଣସି କାର୍ଯ୍ୟ ରେ ଆସିଥିଲେ ଦେଖୁ ଦେଖୁ ଜଳି ଗଲା ଦୁଇଚାକିଆ ଯାନ ସେମାନେ ଗାଡ଼ି କୁ ଦେବ ଫେବିରିକେଶନ୍ ୱେଲ୍ଡିଂ ଗେରେଜ୍ ସମ୍ମୁଖ ରେ ରଖି ଆହାର କେଦ୍ର କୁ ଖାଇବାକୁ ଯାଇ ଆହାର କେନ୍ଦ୍ର ସମ୍ମୁଖ  ରଖି ଥିଲେ ।ହେଲେ ଏତିକି ସମୟରେ ଗାଡି ରେ ନିଆଁ ଲାଗି ଧୁଁ ଧୁଁ ହୋଇ ଜଳି ଯାଉଥିଲା ।ଏହାକୁ ଦେଖି ପାଖରେ ଥିବା ଲୋକେ ନିଆଁ କୁ ଆୟତ କରିବା ସହ ଦମକଳ ବାହିନୀ କୁ ଯୋଗା ଯୋଗ କରିଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ସହ ଘଟଣା ର ତଦନ୍ତ କରିଥିଲେ।ହେଲେ ଏନେଇ ଏହି ଦୁର୍ଘଟଣା କୁ ୱେଲ୍ଡିଗ କାର୍ଯ୍ୟ ଦ୍ଵାରା ନା ସଟ ସର୍କିଟ ଯୋଗୁଁ ହୋଇଥିବା ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଦାଇତ୍ୱ ରେ ଥିବା ଦମକଳ ବାହିନୀ ର ଅଧିକାରୀ ଗୌତମ କିଶନ ଙ୍କୁ ପଚାରିବାରୁ ଲୋକଙ୍କ ଅଭିଯୋଗ ଅନୁସାରେ ଏହା ସର୍ଟ ସର୍କିଟ ଯୋଗୁଁ ଗାଡ଼ି ଟି ପୋଡ଼ି ଯାଇଥିବା ପ୍ରକାଶ କରିଛନ୍ତି।ଏଥିରେ ଦମକଳ ବାହିନୀ ର ରାଜେଶ କୁମାର ସେଠୀ, ଚୋଲାମନି ସାହୁ, ମନୋଜ କୁମାର ଭୋଇ, ହରିହର ବରିହା, କ୍ଷୀରୋଦ୍ର ଧରୁଆ ପ୍ରମୁଖ ସାମିଲ ହୋଇ ନିଆଁ କୁ ନିୟନ୍ତ୍ରଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର

masiha

ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର: ଅଲଟ୍ରା ସାଉଣ୍ଡ, ଏକ୍ସରେ ଓ ମା ଗୃହ ଉଦ୍ଘାଟିତ

Sunil Chandra Nayak

ପ୍ରଧାନଶିକ୍ଷକ ମାନଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!