ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ

ରାଜନୀତିରେ ମିଶନ ଶକ୍ତି ମହିଳା

‘ନେତୃତ୍ୱ ନେବାର ବଡ଼ ପ୍ଲାଟଫର୍ମ ଏସଏଚଜି’

ରାଜ୍ୟ ସରକାରଙ୍କ ଫୋକସରେ ଥିବା, ମିଶନ ଶକ୍ତି ମହିଳାଙ୍କୁ ଶାସକ ଦଳ ରାଜନୀତିରେ ବ୍ୟବହାର କରାଯାଉଥିବା ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ବିରୋଧୀଙ୍କ ଅଭିଯୋଗ ଓ ଚର୍ଚ୍ଚା ଭିତରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରା ନଯାଉ । ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ ।

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ | ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ | ରାଜ୍ୟ ସରକାର କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି | ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି | ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି ସହ ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ ୫-ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କରିବେ । ଏସଏଚଜି ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବା ସହ ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଗୁରୁତ୍ୱ ଦିଆଯିବ ।

ସେହିପରି ଏସଏଚଜି ମହିଳାଙ୍କୁ ଫେସନ୍, ବିୟୁଟି, ସିଲେଇ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ ଏସଏଚଜିର ୨ ଲକ୍ଷ ଇସି ସଦସ୍ୟ ଙ୍କୁ ଇସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର । ସ୍କୁଟର ଋଣର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ପାଣ୍ଠି ବଢାଯିବ । ସେହିପରି ଏସଏଚଜି ମହିଳାଙ୍କ ଋଣ ଟଙ୍କାକୁ ନେଇ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ କହିଛନ୍ତି ଯେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି । ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ, ୬୦ରୁ ୭୦% ସୁଧ ଦେଉଥିଲେ । ଏବେ ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି । ଏହା ସେମାନଙ୍କର ସଶକ୍ତିକରଣ । କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ ସ୍ୱୟଂ ସହାୟିକା ଗୋଷ୍ଠୀ ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକ..୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

Sunil Chandra Nayak

ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ,ବଢିଲା ଲୋକକଳା କଳାକାରଙ୍କ ପାରିଶ୍ରମିକ

ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି , ରାଜ୍ୟର ୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମିଳିବ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା

Sunil Chandra Nayak

Leave a Comment

error: Content is protected !!