ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ମହାସଙ୍ଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ 

ପାପଡାହାଣ୍ଡି ,6/3, ମନିସ -ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ଓଡିଶା ଡ୍ରାଇଭର ମହାସଂଘର ନିର୍ଦେଶ କ୍ରମେ ନବରଙ୍ଗପୁର ଡ୍ରାଇଭର ମହାସଂଘ ତରଫରୁ ମାର୍ଚ୍ଚ 15ତାରିଖ ରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା ର 10ଗୋଟି ବ୍ଲକ ର ଡ୍ରାଇଭର ଭାଇ ମାନେ ଉପସ୍ଥିତ ଥିଲେ l ମୈଦଲପୁର ସ୍ଥିତ ଠାକୁରାଣୀ ମନ୍ଦିର ର ପାଖରୁ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ l ଶେଷରେ ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା, ଜନତା ଙ୍କ ଆକ୍ରୋଶ ର ଶିକାର ପାଇଁ ସ୍ୱତନ୍ତ୍ର ଆଇନ,55ବର୍ଷ ପରେ ପେନସନ ଓ ଆବାସ ଯୋଜନା ରେ ସାମିଲ ଇତ୍ୟାଦି 10ଟି ଦାବି ରଖିଛନ୍ତି l ରାଜ୍ୟ ସରକାର ଙ୍କ ନିକଟରେ ରେ ରଖିଥିବା ଦାବି ପୂରଣ ହୋଇନଥିବା ରୁ ଆସନ୍ତା ମାର୍ଚ୍ଚ 15ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ କରାଯିବା ସହ ଜିଲ୍ଲାର ମହାସଂଘ ସମସ୍ତ ଡ୍ରାଇଭର ଭାଇ ମାନେ ସହଯୋଗ କରିବାକୁ ନିବେଦନ କରାଯାଇଥିଲା l ଉକ୍ତ ବୈଠକ ରେ ମୁଖ୍ୟଅତିଥି ଥାନା ଅଧିକାରୀ ନଟବର ନନ୍ଦ, ସମ୍ମାନୀୟ ଅତିଥି ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ, ଗାଦବା କତରା ସରପଞ୍ଚ ନରେନ୍ଦ୍ର ଗାଦବା, ମହାସଂଘ ର ଜିଲ୍ଲା ସଭାପତି ଦିଲ୍ଲୀପ ସୁନା, ସମ୍ପାଦକ ଅକ୍ଷୟ ରାଓ, ସହ ସମ୍ପାଦକ ସୁକାନ୍ତ ସିଂ ଦାର ଙ୍କ ସହ 100ରୁ ଉର୍ଦ୍ଧ ଡ୍ରାଇଭର ଯୋଗ ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

ଜୟ ମାଁ ବନମାଲେନ କ୍ଳବ୍ ପକ୍ଷରୁ ମାଗଣା ଚିକିତ୍ସା ଓ ରକ୍ତଦାନ ଶିବିର

masiha

ଯଶୋବନ୍ତ ପୂଝରୀଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!