ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

ମୟୂରଭଂଜ- ୮/୦୮ — ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଥାନା ସହ ଉପ-ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ନୂଆଗାଁ, ଲୁହାଶିଳା, ଆମଡାବେଡ଼ା ଓ ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୩୩୩ ଲିଟର ଦେଶୀ ରନ୍ଧା ମଦ ଓ ୭୫୦ ଲିଟର ମହୁଲ ପୋଚ ଜବତ କରିବା ସହିତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣଣ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ପୋଖରିଆ ଗ୍ରାମର ଦକ୍ଷିଣ କିସ୍କୁ, ଲୁହାଶିଳା ଗ୍ରାମର ରାଣୀମଣି ଟୁଡୁ, ଆମଡାବେଡ଼ା ଗ୍ରାମର ଗୋବିନ୍ଦ ମୁର୍ମୁ, ନୂଆଗାଁ ଗ୍ରାମର ଝରି ମୁଣ୍ଡା ଓ ଗୋବରା ମୁଣ୍ଡା। ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ସଞ୍ଜୀବ ମହାପାତ୍ର, ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ତେରେସିଂହା କଲେଜରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

masiha

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!