ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ  , – ବନ୍ଧୁଗାଁ ବ୍ଲକ ଗସ୍ତରେ ବିଧାୟକ, ନାରାୟଣ ସାଗର ପରିଦର୍ଶନ କଲେ 

ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ 

ବନ୍ଧୁଗାଁ ତା ୮/୮/୨୫ ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଡା ରଶ୍ମି ରଞ୍ଜନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପବିତ୍ର ସାଉନ୍ତା ଙ୍କ ସଭାପତିତ୍ବରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ ସଭାପତି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ସମ୍ପାଦକ ଭାବରେ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ, ଦୁଇ ଜଣ ସଦସ୍ୟ ଶ୍ରୀନୁବାସ ପଟ୍ଟନାୟକ , ଶଙ୍କର ସାରଥି , ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି ଅନେକ ସ୍ଥାନୀୟ ସାମ୍ବାଦିକ ଓ ବୁଦ୍ଧିଜୀବି ଉପସ୍ଥିତ ରହି ଥିଲେ। ପୂର୍ବ ବର୍ଷ ଗୁଡ଼ିକରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଖର୍ଚ୍ଚ ଓ ଚଳିତ ବର୍ଷ ପାଇଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଏକ ଅଟକଳ ପ୍ରସ୍ତୁତ କରାଯାଇ ବିପିଓ ନୀଳକଣ୍ଠ ପାଣି ଙ୍କ ଦ୍ଵାରା ଉପସ୍ଥାପନ କରାଯାଇ ଥିଲା। ମେଡିକାଲରେ ଜନ୍ମ ପ୍ରମାଣ ପତ୍ର ପାଇବା, ରୋଗୀ ଙ୍କୁ ବହୁ ସଂଖ୍ୟାରେ ମେଡିକାଲରେ ଚିକିତ୍ସିତ କରିବା କମ ରୋଗୀଙ୍କୁ ବାହାର ମେଡ଼ିକାଲକୁ ସ୍ଥାନାନ୍ତର କରିବା, ଓଲଟ୍ରା ସାଉଣ୍ଡ ଶୁଭାରମ୍ଭ କରିବା, ମେଡିକାଲରେ ସୋଲାର ଲାଇଟ ଲଗାଇବା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡକ୍ଟର ରହୁ ନାହାନ୍ତି, କୁମ୍ଭାରିପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ଆମ୍ବୁଲାନ୍ସ ଯୋଗାଇବା, ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା, ମେଡିକାଲ ମଧ୍ୟରେ ପାର୍କ ତିଆରି କରିବା, ରୋଗୀଙ୍କ ସଂପର୍କୀୟ ବାହାରେ ରୁଷେଇ କରି ଖାଇବା ପାଇଁ ଘର ନିର୍ମାଣ କରିବା, ମେଡ଼ିକାଲକୁ ଲାଗି ଥିବା ଜମିକୁ ପାଚେରୀ ନିର୍ମାଣ କରିବା, ସି ସି ଟିଭି ଲଗେଇବା, ବ୍ଲକ ରେ କୁଆକ୍ ମାନଙ୍କ ସଂଖ୍ୟା ଅଧିକ ରହୁଥିବା ଓ ରୋଗୀଙ୍କୁ ଭଲ ଭାବେ ଚିକିତ୍ସା କରିବା ପାଇଁ ବିଧାୟକ ଗୁରୁତ୍ଵ ଆରୋପ କରିଥିଲେ। ଏହି ସବୁ ସମସ୍ୟା ସମାଧାନ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ଓ ମୁଁ ବିଧାୟକ ଭାବେ ଆଗାମୀ ଦିନରେ କରିବା ପାଇଁ ଚେଷ୍ଟା କରିବାକୁ ଜଣାଇ ଥିଲେ।

ବନ୍ଧୁଗାଁ ବ୍ଲକ ଗସ୍ତରେ ବିଧାୟକ ,  ନାରାୟଣ ସାଗର ପରିଦର୍ଶନ କଲେ 

ବନ୍ଧୁଗାଁ ତା, ୪/୮/୨୫,ଆଜି ବନ୍ଧୁଗାଁ ବ୍ଲକ ଗସ୍ତ ସମୟରେ ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ସତାଧିକ କର୍ମୀ ଉପସ୍ଥିତ ରହି ବିଧାୟକ ଙ୍କୁ ସ୍ୱାଗତ ଓ ସମ୍ଭର୍ଦ୍ଧ୍ୱନା ସହ ଫୁଲତଡ଼ା ଦେଇ ସ୍ୱାଗତ କରି ବନ୍ଧୁଗାଁ ବ୍ଲକ କାପଲଡ଼ା ପଞ୍ଚାୟତ ସ୍ଥିତ ନାରାୟଣ ସାଗର ପରିଦର୍ଶନ କରି ଏହାର ପୁନରୁଦ୍ଧାର କରିବା ନିମନ୍ତେ ସ୍ଥିତି ଅନୁଧ୍ୟାନ କରିବା ସହ ପଡ଼ସି ଆନ୍ଦ୍ର ପ୍ରଦେଶ ରାଜ୍ୟର ପାର୍ବତୀପୁରମ ଜିଲ୍ଲାର ରବର ଡ୍ୟାମ ପରିଦର୍ଶନ କରିଥିଲେ ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ମହୋଦୟ | ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ବନ୍ଧୁଗାଁ ବ୍ଲକ କଂଗ୍ରେସ ସଭାପତି ଡି.ଏଙ୍କାଟି, ବନ୍ଧୁଗାଁ ବ୍ଲକ ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖସଲା,ଲକ୍ଷ୍ମୀପୁର ବ୍ଲକର ବିଧାୟକ ପ୍ରତିନିଧି ଶ୍ରୀ କୈଳାଶ ଚନ୍ଦ୍ର ଖୋସଲା,କାପଲଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଗୁମ୍ଫା କାଡ୍ରାକା, ଡି.ରତନାକର,ଓ ଲକ୍ଷ୍ମୀପୁର ବ୍ଲକର ଯୁବ କଂଗ୍ରେସ ସଭାପତି ଶ୍ରୀ ମଣ୍ଟି ଖୋରା ସମେତ ଓ ଲକ୍ଷ୍ମୀପୁର ବ୍ଲକ ଓ ବନ୍ଧୁଗାଁ ବ୍ଲକର ସକ୍ରିୟ କଂଗ୍ରେସ କର୍ମକର୍ତା ଉପସ୍ଥିତ ରହିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ 

masiha

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

Leave a Comment

error: Content is protected !!