ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ POSH ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ POSH ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭବାନୀପାଟଣା, ତା. 07 ଅଗଷ୍ଟ 2025– କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ POSH ଆଇନ 2013 ବିଷୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନ ‘କର୍ତ୍ତବ୍ୟ’ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ Internal Committee (IC), Local Committee (LC), ନୋଡାଲ୍ ଅଫିସର, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଏନଜିଓ ର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ଅଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ ଉପ ଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଓ ଲୋକାଲ କମିଟି ଅଧ୍ୟକ୍ଷ୍ୟା ସ୍ଵର୍ଣ୍ଣଲତା ମହାନ୍ତି ତାଲିମ ପ୍ରଦାନ କରିଥିଲେ । ସେମାନେ POSH ଆଇନ ଅନୁସାରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ଯୌନ ଅତ୍ୟାଚାର ବିରୋଧରେ ତଦନ୍ତ ପ୍ରକ୍ରିୟା ଓ IC ଓ LC ର ଭୂମିକା ବିଷୟରେ ଅଲୋଚନା କରିଥିଲେ । ପ୍ରଶିକ୍ଷଣରେ POSH ଆଇନର ମୂଳ ଧାରା, ଅଭିଯୋଗ ପଦ୍ଧତି, ତଦନ୍ତ ନିୟମାବଳୀ, ଶିକ୍ଷାମୂଳକ ଓ ଶାସନାତ୍ମକ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଷା ଉଦ୍‌ଘାଟନ ଅବସରରେ ସ୍ଵାଗତ ଜଣାଇ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ଅଧିକାରିଣୀ ସୁଚରିତା ମହାପାତ୍ର ଆଲୋଚନା ଆଗକୁ ନେଇଥିଲେ । ‘ୱୂମେନ ହବ’ ର ଜିଲ୍ଲା ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ କେମିତି ଶି-ବକ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଅଭିଯୋଗ ଦାଖଲ କରିପାରିବେ, ତାହା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ଶେଷରେ କର୍ତ୍ତବ୍ୟ ସଂଗଠନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ। 

( ମ ନି ସ ) 

Related posts

ରାଜ୍ୟ ସ୍ତରୀୟ ନାଟକ ଓ ଲୋକ କଳା ମହୋତ୍ସବ ଉଷତ୍ ଉଦଘାଟିତ

Sunil Chandra Nayak

ସୂଚନା ଓ ଲୋକସମ୍ପର୍କ ବିଭାଗ ନବ ନିଯୁକ୍ତ ନିର୍ଦ୍ଦେଶକଙ୍କୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ସ୍ଵାଗତ ସମ୍ବର୍ଦ୍ଧନା

masiha

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ରକ୍ତଦାନ ଶିଵିର ପାଇଁ ପ୍ରସ୍ତୁତି : ସେପ୍ଟେମ୍ବର ୩ ରେ ରକ୍ତ ଦାନ 

Sunil Chandra Nayak

Leave a Comment

error: Content is protected !!