ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି 

ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

ରାଉରକେଲା: ରାଖଡ ପରିବହନକୁ ନେଇ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ଏବଂ ଆରଏସପିରୁ ରାଖଡ ପରିବହନ କରୁଥିବା ବାହାରର ଗାଡିଗୁଡିକୁ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର କର୍ମକର୍ତ୍ତାମାନେ ଜୁନ୍ ୮ ତାରିଖରୁ ଆରମ୍ଭ କରିଥିବା ଧର୍ମଘଟ ଜୁନ୍ ୧୦ ତାରିଖ ଦିନ ଅର୍ଥାତ୍ ତୃତୀୟ ଦିନ ଆଲୋଚନା ପରେ ଶେଷ ହୋଇଥିଲା। ଏହି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ସମର୍ଥନ ଜଣାଇବା ସହିତ ତୁରନ୍ତ ଏହାର ସମାଧାନ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘକୁ ମାଲ ପରିବହନ ପାଇଁ ଅନୁମତି ଦେବାକୁ ଆରଏସପି କର୍ତ୍ତୃପକ୍ଷଙ୍କୁ ଆହ୍ବାନ ଜଣାଇଥିଲେ। ଜୁନ ୧୦ ତାରିଖ ଦିନ ଆରଏସପି କର୍ତ୍ତୃପକ୍ଷ, ମାଲ ପରିବହନ କରୁଥିବା ଏସ୍ଏସ୍ ଟ୍ରେଡିଂ, ସ୍ବସ୍ତିକ୍ ଏଣ୍ଟରପ୍ରାଇଜେସ୍ ଏବଂ ଏଟିଚ୍ଯୁଡ୍ ଏକ୍ଜିମ୍ ପ୍ରାଇଭେଟ୍ ଲିମିଟେଡ୍, ଟାଙ୍ଗରପାଲ୍ଲୀ ଥାନା ଅଧିକାରୀ, ସିଆଇଏସ୍ଏଫ୍ ଅଧିକାରୀଙ୍କ ସମେତ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହେବା ପରେ, ଧର୍ମଘଟକୁ ପ୍ରତ୍ଯାହୃତ କରାଯାଇଥିଲା ।

      ଆଲୋଚନାରେ ଅଂଶଗ୍ରହଣ କରିଥିବା ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କ ସର୍ତ୍ତାବଳୀରେ ସମସ୍ତ ପକ୍ଷ ରାଜି ହେଲାପରେ ଏହି ଧର୍ମଘଟକୁ ପ୍ରତ୍ଯାହୃତ କରାଯାଇଥିଲା। 

       ମାଲ (ରାଖଡ) ପରିବହନ ପାଇଁ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘକୁ ଅନୁମତି ମିଳିବା ପରେ, ସମସ୍ତ ପକ୍ଷଙ୍କୁ ନେଇ ଶୁକ୍ରବାର ଦିନ ଏକ ବୈଠକରେ ପରିବହନର ଦର ଧାର୍ଯ୍ୟ କରାଯାଇଥିଲା। ଟନ୍ ପିଛା ୨୦୦ ଟଙ୍କା ଦରରେ ରାଖଡ ପରିବହନ ପାଇଁ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ରାଜି ହେବା ପରେ ବିବାଦର ସମାଧାନ ହୋଇପାରିଛି। ଯଦି ଡିଜେଲ ଦର ବୃଦ୍ଧି ହୁଏ ତେବେ ପରିବହନ ଦର ବୃଦ୍ଧି ହେବ ବୋଲି ଏହି ରାଜିନାମାରେ ଉଲ୍ଲେଖ କରାଯାଇଛି ।

    ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ ରାଜିନାମା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆରଏସପିରୁ ମାଲ ପରିବହନ ପାଇଁ ଟନ୍ ପିଛା ଦର ୨୦୦ ଟଙ୍କା ଧାର୍ଯ୍ୟ ହେଲା, ଯଦିଓ ତାଙ୍କର ଦର ପାଇଁ ଅଧିକ ଦାବି ରହିଥିଲା। ଏଥି ପାଇଁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ଧନ୍ଯବାଦ୍ ଦେବା ସହିତ ଧର୍ମଘଟରେ ସାମିଲ୍ ହୋଇଥିବା ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କୁ ଧନ୍ଯବାଦ ଦେଇଛନ୍ତି। ଆଜି ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘକୁ ମାଲ ପରିବହନ ଅନୁମତି ମିଳିବା ପାଇଁ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମର୍ଥନ ଓ ପ୍ରଚେଷ୍ଠା, ପୋଲିସ୍ ପ୍ରଶାସନ ତଥା ଟାଙ୍ଗରପାଲ୍ଲୀ ଥାନା ଆଇଆଇସି, ପ୍ରେସ ଓ ମିଡିଆର କଭରେଜ ଏବଂ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଜରୁରୀ ହସ୍ତକ୍ଷେପ ଦାବି

ନାବାଳକ ଭାଇ ଓ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ତ୍ରିଶକ୍ତି ଫାଉଣ୍ଡେସନ 

masiha

ବିଜାତଳାର ବାଙ୍କବଳ କେନାଲରୁ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର

masiha

Leave a Comment

error: Content is protected !!